ଅଯୋଧ୍ୟା: ଉତ୍ତରପ୍ରଦେଶର ଅଯୋଧ୍ୟାରୁ ନେପାଳର ଜନକପୁର ଧାମକୁ ଯାତ୍ରା ଏବେ ଆହୁରି ସହଜ ହେବାକୁ ଯାଉଛି। ଏହି ଦୁଇ ଧାର୍ମିକ ସ୍ଥଳକୁ ଯୋଡ଼ିବା ପାଇଁ ଆରମ୍ଭ ହେବାକୁ ଯାଉଛି ନୂଆ ସାପ୍ତାହିକ ଟ୍ରେନ୍ ‘ସରଯୂ-କମଳା ଏକ୍ସପ୍ରେସ୍’। ସୋମବାର ଏହି ଟ୍ରେନ୍ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ନେପାଳର ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହ। ଉଭୟ ନେତା ନୂଆଦିଲ୍ଲୀରୁ ଭର୍ଚୁଆଲ୍ ମାଧ୍ୟମରେ ଟ୍ରେନ୍କୁ ସବୁଜ ପତାକା ଦେଖାଇବେ। ଏହି କାର୍ଯ୍ୟକ୍ରମରେ ଅଯୋଧ୍ୟାରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ରହିବେ।

