ରିୟାଦ: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ୟେମେନର ହୁତି ବିଦ୍ରୋହୀମାନେ ସାଉଦି ଆରବର ବଡ଼ ତୈଳ ବିଶୋଧନାଗାର ରାବିଘକୁ ଟାର୍ଗେଟ କରିଥିବା ଦାବି କରିଛନ୍ତି। ହୁତିଙ୍କ ଅନୁଯାୟୀ, କରାଯାଇଥିବା ଏକ ସାମରିକ ଅଭିଯାନରେ ରିଫାଇନାରୀ ଉପରେ ସିଧାସଳଖ ଆକ୍ରମଣ ହୋଇଛି। ତେବେ ଆକ୍ରମଣରେ କେତେ କ୍ଷୟକ୍ଷତି ହୋଇଛି ସେ ବିଷୟରେ କୌଣସି ଅଧିକାରିକ ସୂଚନା ଉପଲବ୍ଧ ହୋଇନାହିଁ। ହୁତିଙ୍କ ପକ୍ଷରୁ କରାଯାଇଥିବା ଦାବି ଉପରେ ସାଉଦି ଆରବ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ।

