ତିହିଡି, ୨୧.୧୧: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକରେ ବାତ୍ୟା ‘ଆକୱାନ’ର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ କଡ଼ା କଡ଼ି ଭାବେ ବିଭିନ୍ନ ବହୁମୁଖି ବାତ୍ୟା ଆଶ୍ରୟସ୍ଥଳୀକୁ ତଳିଆ ଅଞ୍ଚଳ ର ଲୋକ ମାନଙ୍କୁ ଆଣାଜାଇ ସୁରକ୍ଷିତ ଓ ସୁସ୍ଥ ରଖିବା ପାଇଁ ସରକାର ପ୍ରଶାସନ କୁ ତାଗିଦ୍ କରିଥିବା ବେଳେ ଏଠି ଏହା ସମ୍ପୂର୍ଣ୍ଣ ଫୁ କରି ଦେଇଛନ୍ତି ପ୍ରଶାସନିକ ଅଧିକାରୀ ମାନେ । ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ନୂଆଗାଁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜନ୍ତୁଆଳି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀରେ । ଏଠି ନା ଅଛି ବିଦ୍ୟୁତ ନା ଅଛି ପାନୀୟ ଜଳର ସୁବିଧା ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତିବ୍ର ଅଶୋନ୍ତୋଷ ଦେଖାଦେଇଛି । ଉକ୍ତ ବାତ୍ୟା ଆଶ୍ରୟସ୍ଥଳୀରେ ନୋଡାଲ ଅଫିସର୍ ଭାବେ ଧନଞ୍ଜୟ ମହାପାତ୍ରଙ୍କୁ ଗୁରୁ ଦାୟିତ୍ୱ ଦିଆଯାଇଥିବା ବେଳେ ବାବୁ ସରକାରଙ୍କ କଥାକୁ ଫୁ କରି ଉଡ଼ାଇ ଦେଇଛନ୍ତି । ଜନ୍ତୁଆଳି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀର ଅବସ୍ଥା ନଦେଖିଲେ ବିଶ୍ୱାସ କରି ହେବ ନାହିଁ । ଏହି ବାବଦରେ ଜେଇ ଧନଞ୍ଜୟ ମହାପାତ୍ର ଙ୍କୁ ଅବ୍ୟବସ୍ଥା ବାବଦରେ ପଚାରିବା ପାଇଁ ଫୋନ ଯୋଗେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ ହେଲେ ଫୋନ ଉଠାଇ ନଥିଲେ । ଗ୍ରାମର ବୟସ୍କ ବ୍ୟକ୍ତି ମାନେ ବାବୁଙ୍କୁ ଫୋନ ଲଗାଇଥିଲେ ମଧ୍ୟ ସେ ଫୋନ ଉଠାଇ ନଥିଲେ । ନୋଡାଲ ଅଫିସର୍ ଧନଞ୍ଜୟ ମହାପାତ୍ରଙ୍କ ମୁଣ୍ଡ ଉପରେ କାହାର ହାତ ଅଛି ବୋଲି ପ୍ରଶ୍ନବାଚି ସୃଷ୍ଟି ହୋଇଛି । ବାବୁ ଜଣକ ଚାନ୍ଦବାଲି ବ୍ଲକରେ ଦିର୍ଘ ଦିନ ହେବ କାର୍ଯ୍ୟ କରି ଆସୁଥିବାରୁ କାହାରିକୁ ଖାତିରି ନାହିଁ ବୋଲି ଚର୍ଚ୍ଚା ଚାଲିଛି । ସରକାର କହୁଛନ୍ତି ପ୍ରତ୍ୟେକଟି ଜୀବନ ଆମ ପାଇଁ ମୁଲ୍ୟବାନ ହେଲେ ଏଠି ତାହା ସମ୍ପୂର୍ଣ୍ଣ ଓଲଟା । ଲୋକମାନଙ୍କ ପାଇଁ ଶୁଖିଲା ଖାଦ୍ୟ, ପାଣି ବୋତଲ ଅନ୍ୟାନ୍ୟ ଜିନିଷ ଥିବା ବେଳେ ଏଠି ସରକାରୀ ବାବୁ ଜଣକ ସବୁ ଓଲଟା କରୁଛନ୍ତି । କେଉଁଠି ପିଇବା ପାଇଁ ପାଣି ନାହିଁ ତ କେଉଁଠି ବିଦ୍ୟୁତ ନାହିଁ ଆଉ କେଉଁଠି ଅଶ୍ୱସ୍ଥକାର ପରିବେଶ । ସବୁଠାରୁ ବଡ଼ କଥା ହେଉଛି ନୂଆଗାଁ ପଞ୍ଚାୟତରେ ଥିବା ବାତ୍ୟା ଆଶ୍ରୟସ୍ଥଳୀରେ ଚାବି ଖୋଲା ଗଲାନି କି ସଫା ସୁତୁରା ହେଲାନି । ଉକ୍ତ ବାତ୍ୟା ଆଶ୍ରୟସ୍ଥଳୀର ପରିବେଶ ଏମିତି ଯେ ଏଠାକୁ କୌଣସି ବ୍ୟକ୍ତି ଆସିବାକୁ ଇଛୁକ ନୁହଁନ୍ତି । ଏଠାରେ ନା ରହିଛି ପାନୀୟ ଜଳର ବ୍ୟବସ୍ଥା ନା ଅଛି ବିଦ୍ୟୁତ୍ ଯୋଗାଣ, ପରିମଳ ଓ ଅନ୍ୟାନ୍ୟ ଆବଶ୍ୟକୀୟ ବ୍ୟବସ୍ଥା? ପ୍ରଶାସନର ପ୍ରସ୍ତୁତି ଦାବି ଓ ବାସ୍ତବ ସ୍ଥିତି ମଧ୍ୟରେ ରହିଛି ଆକାଶ ପାତାଳର ଫରକ । ସେହିପରି ବାଂଶଡା ପଞ୍ଚାୟତର ବଳିଆରପୁରରେ ଥିବା ବାତ୍ୟା ଆଶ୍ରୟସ୍ଥଳୀରେ ନାହିଁ ଆଲୋକ ବ୍ୟବସ୍ଥା, କରଞ୍ଜମାଳ ପଞ୍ଚାୟତ ସରସ୍ୱତୀରେ ଥିବା ଆଶ୍ରୟସ୍ଥଳୀ ଅବସ୍ଥା କଥା ନ କହିବା ଭଲ । ଏହା କେତେ ବେଳେ ଯେ ଭୁଶୁଡ଼ି ପଡିବ କହିବା ମୁସ୍କିଲ । ଏହା ସହିତ କେତେକ ବାତ୍ୟା ଆଶ୍ରୟସ୍ଥଳୀରେ ଖାଦ୍ୟ ଓ ପାନୀୟ ଜଳର ବ୍ୟବସ୍ଥା ହୋଇ ନ ଥିବା ଦେଖିବାକୁ ମିଳିଛି ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

