ବଲାଙ୍ଗୀର:୨୦/୨୬ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ପ୍ରେସ କ୍ଲବ ପକ୍ଷରୁ ହରିଭବନ ଠାରେ ପୁର୍ବତନ ମନ୍ତ୍ରୀ ରାଜୁଭାଇ ଢୋଲକିଆଙ୍କ ଜନ୍ମ ଜୟନ୍ତୀ ଅବସରରେ ରେ ଟିଟିଲାଗଡ ଏସସିଡି ଚକ୍ଷୁ ଚିକିତ୍ସାଲୟ ସହଯୋଗରେ ନିଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା।

ପ୍ରେସ କ୍ଲବ ସଭାପତି ସୁରଦାସ ବାଗ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନଗରପାଳ ବରୀୟାମ ସିଂହ ସାଲୁଜା, ସମ୍ମାନିତ ଅତିଥି ଭାବେ ଉପ ଜିଲ୍ଲପାଳ ପଦ୍ମନାଭ ସାମନ୍ତରାୟ, ନୀରୁ ଭାଇ, ଏସଡିପିଓ ଲକ୍ଷ୍ମୀନାରାୟଣ ମାରାଣ୍ଡି, ପ୍ରେସ କ୍ଲବ ସମ୍ପାଦକ ସୁଶାନ୍ତ ବେହେରା, ୟୁବା ମଞ୍ଚ ବିକାଶ୍ ଶାଖା ସଭାପତି ପ୍ରମୁଖ ଉପସ୍ଥିତ ଥିଲେ। ୨୦୦ ରୁ ଅଧିକ ଲୋକଙ୍କ ଚକ୍ଷୁ ଚିକିତ୍ସା କରାଯାଇଥିବା ବେଳେ ୭୨ ଲୋକଙ୍କ ମୋତିଆ ବିନ୍ଦୁ ଚିନ୍ହଟ କରଯାଇଥିଲା। ସେମାନଙ୍କ ଅସ୍ତ୍ରୋପଚାର ମାଗଣାରେ କରାଯିବ। ଦରକାର ଅନୁସାରେ ଲୋକଙ୍କୁ ଚଷମା ମଧ୍ୟ ବଣ୍ଟନ କରଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ଶିବିର ସଂଯୋଜକ ଆଶିଷ ଖଇତାନ ଧନ୍ୟବାଦ ଦେଇଥିଲେ।

