ତିହିଡି, ୧୦.୧୧: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ମୁକୁନ୍ଦପୁର ପଞ୍ଚାୟତ ଅଧିନ କାଳିମେଘାର ମା’ଦକ୍ଷିଣେଶ୍ୱରୀ କାଳୀପୂଜା ୪ ଶତାବ୍ଦୀର ପରମ୍ପରା । ପୂର୍ବରୁ ଏଠାରେ ଛାଗ ବଳି ପ୍ରଥା ପ୍ରଚଳିତ ହେଉଥିଲା ଏବଂ ବିଗତ କିଛି ବର୍ଷ ହେବ ଏହା ବନ୍ଦ କରାଯାଇଛି । ଚଳିତ ବର୍ଷ ମାନସିକଧାରୀଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ୮ଟି ଛାଗ ମା\’ଙ୍କ ନିକଟରେ ସମର୍ପିତ କରାଯାଇଥିବା ସୂଚନା ମିଳିଛି । ମା’ଦକ୍ଷିଣେଶ୍ୱର କାଳୀଙ୍କ ପୂଜା ଚଳିତ ବର୍ଷ ଧୁମଧାମରେ ପାଳିତ ହୋଇଛି । ଅମାବାସ୍ୟା ଦିନ ମା’ଙ୍କ କଳସ ଆବାହନ କାର୍ଯ୍ୟ ପରେ ପୂଜାକାର୍ଯ୍ୟ ସମ୍ପନ୍ନ କରାଯାଇଛି । ପରମ୍ପରା ଅନୁଯାୟୀ ଅମାବାସ୍ୟା ତିଥିରେ ଚଳିତ ବର୍ଷ ମା\’ଙ୍କ ନିକଟରେ ଛାଗ ସମର୍ପଣ କରା ଯାଇଛି । ତତ୍କାଳୀନ ଜମିଦାର ଚୌଧୁରୀ ଅଭିମନ୍ୟୁ ସାମନ୍ତମହାପାତ୍ର ଯାଜପୁରରୁ ଆଣି କାଳିମେଘାରେ ମା\’ଙ୍କ ପୂଜା ଆରମ୍ଭ କରିଥିଲେ । ଏପରିକି ମା\’ଙ୍କ ମେଘବର୍ଣ୍ଣର ରୂପକାନ୍ତି ପାଇଁ ଗ୍ରାମର ନାଁ କାଳୀମେଘା ରଖା ଯାଇଥିବା କୁହାଯାଏ । ଚଳିତ ବର୍ଷ କର୍ତ୍ତା ଭାବେ ସୁରେଶ ଚନ୍ଦ୍ର ମହାପାତ୍ର, ଫାଲଗୁନ ମହାପାତ୍ର ଓ ସଞ୍ଜୟ ମହାପାତ୍ର ପୂଜାକାର୍ଯ୍ୟ ତୁଲାଉଥିବା ବେଳେ ପୂଜକ ଭାବେ ସନାତନ ପାଣି, ହୃଷିକେଶ ପାଢ଼ୀ, ନିରଞ୍ଜନ କର, ଶ୍ରୀନିବାସ ମିଶ୍ର ପ୍ରମୁଖ ମାଙ୍କର ପୂଜାର୍ଚ୍ଚନା କରୁଛନ୍ତି ।

