ଭୁବନେଶ୍ୱର: ବାଣ ବିବାଦରୁ ବୋମାମାଡ଼ । ଦୀପାବଳିରେ ରାଜଧାନୀରେ ଆତଙ୍କ ଖେଳିଯାଇଛି । ଭୀମଟାଙ୍ଗୀରେ ଘର ଉପରକୁ ପେଟ୍ରୋଲ ବୋମାମାଡ଼ କଲେ ଦୁର୍ବୃତ୍ତ । ସିସିଟିଭି ଭଙ୍ଗାରୁଜା କଲେ ଦୁର୍ବୃତ୍ତ। ବାଣ ଫୁଟାକୁ ନେଇ ବିବାଦ ଉପୁଜିବା ପରେ ଘଟିଛି ଘଟଣା। ଭୀମଟାଙ୍ଗୀରେ ପରିବାରକୁ ଆକ୍ରମଣ ସହ ଘର ଉପରକୁ ପେଟ୍ରୋଲ ବୋମା ପକାଇଲେ ଦୁର୍ବୁତ୍ତ। ପୁରୁଣା ଶତ୍ରୁତାକୁ ନେଇ ଦୀପାବଳିରେ ଅପରାଧୀଙ୍କ ତାଣ୍ଡବ । ଏୟାରଫିଲ୍ଡ ଥାନା ଅଞ୍ଚଳରେ ମୁଖାପିନ୍ଧା ଯୁବକଙ୍କ ଆତଙ୍କ। ପୁରୁଣା ରାଗ, ଦୀପାବଳିରେ ସୁଝାଇଲେ। ଘର ଉପରକୁ ପେଟ୍ରୋଲ ବୋମା ମାଡ଼।
ରାଜାଧାନୀରେ ମୁଖାପିନ୍ଧା ଯୁବକଙ୍କ ଆତଙ୍କ I ମୁଁହରେ ଗାମୁଛା ଓ ହାତରେ ହତିଆର ଧରି ଘର ଭିତରେ ପଶିବାକୁ ଉଦ୍ୟମ। ସିସିଟିଭି ଭାଙ୍ଗିଲେ ଆଉ ଘର ବାହାରେ ଆତଙ୍କ ମଚାଇଲେ I ଏୟାରଫିଲ୍ଡ ଥାନା ଭୀମ ଟାଙ୍ଗୀ ହାଉସିବୋର୍ଡ କଲୋନିରେ ଘଟିଛି ଘଟଣା। ଭୀମଟାଙ୍ଗୀର ଲେନ ୮ ରେ ପଦ୍ମନାଭ ସାହୁଙ୍କ ପରିବାର ଉପରକୁ କରିଛନ୍ତି ଆକ୍ରମଣ। ବାଣ ଫୁଟାକୁ ନେଇ ଏହି ତୁମୁଳକାଣ୍ଡ ଘଟିଥିବା ଜଣାପଡିଛି। ବାଣ ଫୁଟାଇବାକୁ ବାରଣ କରିବାରୁ ଘର ମାଲିକ ପଦ୍ମନାଭ ସାହୁ ଓ ତାଙ୍କ ପତ୍ନୀଙ୍କୁ ଏନେଇ ଆକ୍ରମଣ କରିଛନ୍ତି ଟେଣ୍ଟ ମାଲିକ। ସିସିଟିଭି ଭଙ୍ଗାରୁଜା ସହ ତିନି ଜଣ ଦୁର୍ବୃତ୍ତ ଖେଳାଇଛନ୍ତି । ଭୟରେ ଥିବା ପରିବାର ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

