ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷା ହେବା ଫଳରେ ବୁଢ଼ାବଳଙ୍ଗ ତଥା ଅନ୍ୟାନ୍ୟ ନଦୀର ଜଳସ୍ତର ବୃଦ୍ଧି ପାଇଛି ଏବଂ ନୁଣିଆଯୋଡ଼ି ପୋଲ ଉପରେ ଜଳ ପ୍ରବାହିତ ହେଉଛି।
ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲାବାସୀଙ୍କୁ ଅନୁରୋଧ କରାଯାଉଛି ଯେ, ନୁଣିଆଯୋଡ଼ି ପୋଲ ଦେଇ କେହି ଯାତାୟାତ କରନ୍ତୁ ନାହିଁ।
ଅତ୍ୟାବଶ୍ୟକ ଓ ଜରୁରୀ କାର୍ଯ୍ୟ ନଥିଲେ କେହି ମଧ୍ୟ ଘରୁ ବାହାରକୁ ନ ଆସିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଉଛି।
ସମସ୍ତେ ସତର୍କ ରୁହନ୍ତୁ ଏବଂ ପ୍ରଶାସନ ପକ୍ଷରୁ ଜାରି କରାଯାଉଥିବା ସତର୍କତାମୂଳକ ନିର୍ଦ୍ଦେଶାବଳୀ ପାଳନ କରନ୍ତୁ।

