[19:01, 9/26/2026] N Chaitanya Babu Balasore: ନୀଳଗିରି ୨୬/୯ : ଲଗାଣ ବର୍ଷା ସାଙ୍ଗକୁ କାଳ ଡ୍ୟାମ୍ର ଅନେକ ଗେଟ୍ ଖୋଲାଯିବା ଯୋଗୁଁ ଗତକାଲି ସନ୍ଧ୍ୟାଠାରୁ ନୀଳଗିରି ବ୍ଲକର ବିଭିନ୍ନ ପଞ୍ଚାୟତରେ ହଠାତ୍ ବନ୍ୟାଜଳ ବୃଦ୍ଧି ପାଇଥିଲା। ଅନେକ ଗାଁରେ ୧୦ ଫୁଟ୍ ପର୍ଯ୍ୟନ୍ତ ପାଣି ପଶିଯିବା ଫଳରେ ଲୋକମାନେ ଜଳବନ୍ଦୀ ହୋଇ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଆଜି ସକାଳୁ ଅଯୋଧ୍ୟା ଗ୍ରାମ ପଞ୍ଚାୟତର ବାଡ଼ିଆ ଗ୍ରାମରେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ପହଞ୍ଚି ବନ୍ୟା ପ୍ରଭାବିତ

ପରିବାରମାନଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ସମସ୍ୟା ଓ ଆବଶ୍ୟକତା ବିଷୟରେ ବୁଝିଥିଲେ। ଏହି ସମୟରେ ସାଂସଦଙ୍କ ସହିତ ସ୍ଥାନୀୟ ସରପଞ୍ଚ,ଉପଜିଲ୍ଲାପାଳ,ବିଡିଓ,ତହସିଲଦାର ଓ ସ୍ଥାନୀୟ ବରିଷ୍ଠ ନେତୃତ୍ୱ ଘଟଣାସ୍ଥଳ ପରିଦର୍ଶନ କରି ତୁରନ୍ତ ରିଲିଫ୍ ସାମଗ୍ରୀ, ରନ୍ଧାଖାଦ୍ୟ ଓ ପାନୀୟଜଳ ପ୍ରଭାବିତ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରାଇଥିଲେ। ଏହି ପ୍ରତିକୂଳ ପରିସ୍ଥିତିରେ କୌଣସି ପରିବାର ଯେପରି ଅସହାୟ ନହୁଅନ୍ତି, ସେଥିପାଇଁ ଉଦ୍ଧାର…
[19:39, 9/26/2026] N Chaitanya Babu Balasore: ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷା ହେବା ଫଳରେ ବୁଢ଼ାବଳଙ୍ଗ ତଥା ଅନ୍ୟାନ୍ୟ ନଦୀର ଜଳସ୍ତର ବୃଦ୍ଧି ପାଇଛି ଏବଂ ନୁଣିଆଯୋଡ଼ି ପୋଲ ଉପରେ ଜଳ ପ୍ରବାହିତ ହେଉଛି।

ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲାବାସୀଙ୍କୁ ଅନୁରୋଧ କରାଯାଉଛି ଯେ, ନୁଣିଆଯୋଡ଼ି ପୋଲ ଦେଇ କେହି ଯାତାୟାତ କରନ୍ତୁ ନାହିଁ।
ଅତ୍ୟାବଶ୍ୟକ ଓ ଜରୁରୀ କାର୍ଯ୍ୟ ନଥିଲେ କେହି ମଧ୍ୟ ଘରୁ ବାହାରକୁ ନ ଆସିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଉଛି।

ସମସ୍ତେ ସତର୍କ ରୁହନ୍ତୁ ଏବଂ ପ୍ରଶାସନ ପକ୍ଷରୁ ଜାରି କରାଯାଉଥିବା ସତର୍କତାମୂଳକ ନିର୍ଦ୍ଦେଶାବଳୀ ପାଳନ କରନ୍ତୁ।

