Asian Games 2026 ୨୦୨୬ ଏସିଆନ ଗେମ୍ସରେ ଭାରତକୁ ପ୍ରଥମ ପଦକ ମିଳିଛି । ମହିଳା ୧୦ ମିଟର ଏୟାର ରାଇଫଲ ଦଳଗତ ଇଭେଣ୍ଟରେ ଭାରତୀୟ ସୁଟରମାନେ ରୌପ୍ୟ ପଦକ ଜିତିଛନ୍ତି । ସୋନମ ମସ୍କର, ଏଲାଭେନିଲ ଭାଲାରିଭାନ ଏବଂ ବିଦର୍ଶା କେ. ବିନୋଦଙ୍କୁ ନେଇ ଗଠିତ ଭାରତୀୟ ଦଳ ଜାପାନର ନାଗୋୟାଠାରେ ଚାଲିଥିବା ଏହି ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି ।
ଭାରତୀୟ ଦଳ ମୋଟ ୧୮୯୮.୦ ପଏଣ୍ଟ ସ୍କୋର କରି ରୌପ୍ୟ ପଦକ ପକ୍କା କରିଛନ୍ତି । ଚୀନ ଦଳ ୧୯୦୪.୨ ପଏଣ୍ଟର ବିଶ୍ୱ ରେକର୍ଡ ସହ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଆୟୋଜକ ଜାପାନ ୧୮୯୭.୧ ପଏଣ୍ଟ ସହ ବ୍ରୋଞ୍ଜ ପଦକ ପାଇଛି ।
ନାଗୋୟା ସହରରେ ଏସିଆନ୍ ଗେମ୍ସର ହୋଇଛି ହାଇଟେକ୍ ଓପନିଂ ସେରିମୋନି । ହାର୍ମୋନିକ୍ ହାର୍ଟ ବିଟ୍ ବିଷୟବସ୍ତୁ ଆଧାରିତ ଏହି ମେଗା କ୍ରୀଡ଼ା ପ୍ରତିଯୋଗିତାକୁ ଜାପାନ ମହାରାଜା ନାରୁହିତୋ ପାଲୋମା ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଉଦଘାଟନୀ କାର୍ଯ୍ୟକ୍ରମର ବିଶେଷ ଆକର୍ଷଣ ଥିଲା ହୃଦୟ ଆକୃତିର ଷ୍ଟେଜ୍ । ଏହି ଷ୍ଟେଜରେ ରୋବଟମାନେ ମଧ୍ୟ ସାମିଲ ହୋଇଥିଲେ ।

