ତିହିଡି, ୩୧.୦୮: ଭଦ୍ରକ ଜିଲ୍ଲା ତିହିଡି ଥାନା ବାହାବଳପୁର ପଞ୍ଚାୟତ ଅଧିନ ଦକ୍ଷିଣସାହିର ଗ୍ରାମର ବିଦ୍ୟୁତ ଆଘାତରେ କୁକୁଡା ଫାର୍ମର ମାଲିକ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି । ମୃତକ ହରିହର ମଲ୍ଲିକଙ୍କ ପୁଅ ପ୍ରିୟବ୍ରତ ମଲ୍ଲିକ(୪୬) ବୋଲି ଜଣାଯାଇଛି । ସୋମବାର ସକାଳେ ସେ ନିଜର କୁକୁଡା ଫାର୍ମକୁ ଯାଇଥିଲେ । ସେଠାରେ ବିଦ୍ୟୁତ ସଂସ୍ପର୍ଷରେ ଆସି ବେହୋସ ହୋଇ ଯାଇଥିଲେ । ପରିବାର ଓ ଗ୍ରାମବାସୀ ତୁରନ୍ତ ତାଙ୍କୁ ତିହିଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ଭଦ୍ରକ ରେଫର କରିଥିଲେ । ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ଅପରାହ୍ନରେ ଗାଁ ମଶାଣୀରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ପ୍ରିୟବ୍ରତଙ୍କ ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକାର ଛାୟା ଖେଳି ଯାଇଛି । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ।

