ତିହିଡି, ୩୧.୦୮: ଭଦ୍ରକ ଜିଲ୍ଲା ତିହିଡି ଏନଏସି ଅର୍ଥାତ ବିଜ୍ଞାପିତ ଅଂଚଳ ପରିଷଦ ପ୍ରଥମ ଥର ପାଳନ କରିଛି ସ୍ୱାୟତ ଶାସନ ଦିବସ । ଏହି ଅବସରରେ ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବସେବା, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମୁଖ୍ୟ ଅତିଥିଭାବେ ଯୋଗଦେଇ ଭାଟପଡ଼ା ପଞ୍ଚାୟତସ୍ଥିତ ଅସ୍ଥାୟୀ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରିଥିବା ବେଳେ ସମବେତ କଣ୍ଠରେ ଜାତୀୟ ସଙ୍ଗୀତ ଗାନ କରା ଯାଇଥିଲା । ପରେ ବ୍ଲକ ପରିସରରେ ଥିବା ନୀଳମଣି ସଭାଗୃହରେ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ ସମାରୋହ ସଭାରେ ବିଜ୍ଞାପିତ ପରିଷଦର ଭାରପ୍ରାପ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ବିଡ଼ିଓ ନିରଞ୍ଜନ ବାରିକ ପୌରହିତ୍ୟ କରିଥିଲେ ।ଏଥିରେ ମୁଖ୍ୟଅତିଥି ମନ୍ତ୍ରୀ ଶ୍ରୀ ସୁରଜ ଯୋଗଦେଇ ତିହିଡି ବିଜ୍ଞାପିତ ଅଂଚଳବାସୀ ସହରାଂଚଳର ସୁବିଧା ସୁଯୋଗ ପାଇବେ ଏବଂ ବିଜ୍ଞାପିତ ପରିଷଦର ସାମଗ୍ରିକ ବିକାଶ ପାଇଁ ୨ କୋଟି ୫୦ ଲକ୍ଷ ଟଙ୍କା ବିନିଯୋଗ କରାଯିବ ବୋଲି କହିଥିଲେ । ବିଜ୍ଞାପିତ ଅଂଚର ଯୋଗ୍ୟ ହିତାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨ଲକ୍ଷ ୪୦ ହଜାର ଟଙ୍କା ପ୍ରଦାନ କରାଯିବା ସଙ୍ଗେସଙ୍ଗେ ପାନୀୟ ଜଳ ବ୍ୟବସ୍ଥା, ରାସ୍ତା ଘାଟ ନିର୍ମାଣ ଓ ଅଲୋକୀକରଣ କରାଯିବ ବୋଲି ସୂଚନା ଦେଇଥିଲେ । ଏହି ଅବସରରେ ବିଜ୍ଞାପିତ ଅଂଚଳରେ ସଫେଇ କାର୍ଯ୍ୟର ଶୁଭାରମ୍ଭ କରାଇଥିଲା । ସମାରୋହରେ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀଙ୍କ ପ୍ରତିନିଧି ରଘୁନାଥ ପାତ୍ର, ସାଂସଦଙ୍କ ପ୍ରତିନିଧି ସୀତାକାନ୍ତ ନାୟକ, ବାସୁଦେବପୁର ବିଧାୟକଙ୍କ ପ୍ରତିନିଧି ସରୋଜ ଦାସ, ଭାଜପା ଧାମନଗର ପ୍ରଭାରୀ ବୁଦ୍ଧଦେବ ଜେନା, ଭାଜପା ଜିଲା ଉପସଭାପତି ଅଜୟ କୁମାର ନାୟକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶୁକଦେବ ମଲିକ, ବରିଷ୍ଠ ନେତା ଦେବେନ୍ଦ୍ର ପୁହାଣ, ଚିନ୍ତାମଣି ଦାସ, ସୁଧାଂଶୁ ପାଣିଗ୍ରାହୀ, ପ୍ରମୋଦ ଦାସ, ରାଜାରାମ ମହାକୁଡ଼, ଉଷାକାନ୍ତ ନାୟକ, ଉମାକାନ୍ତ ଦାସ, ସୁବାସ ସେଠୀ, ଶରତ ଦାସ, ମଣ୍ଡଳ ସଭାପତି କେଶବ ବେହେରା, ସରୋଜ ନାୟକ, ଅଜୟ ମହାନ୍ତି, ସାଇଶରଣ ବେହେରା, ସରପଂଚ ଶୁଭ୍ର ନାରାୟଣ ସେଠୀ, ଚକ୍ରଧର ଦାସ, ସଞ୍ଜୀବ ବେହେରା, ନିହାରିକା ବିଶ୍ୱାଳ, ପ୍ରଦୀପ ବଳ, ସମିତିସଭ୍ୟ ଦେବେନ୍ଦ୍ର ଦାସ, ମହରମପୁର ପଂଚାୟତ ଶକ୍ତିକେନ୍ଦ୍ର ପ୍ରମୁଖ ମନୋଜ ଦାସ, ପ୍ରଭାରୀ ଆଲୋକ ବିକାଶ ପ୍ରିୟଦର୍ଶୀ, ଯୁନେତା ସୂର୍ଯ୍ୟ ନାରାୟଣ ଭୋଇ, ରବୀନ୍ଦ୍ର ଶତପଥୀ, ରଣଜିତ ଜେନା, ଭରତ ସାହୁ, ସତ୍ୟାନନ୍ଦ ପାଣିଗ୍ରାହୀ, ସୁଦର୍ଶନ ବିଶ୍ୱାଳ, ଅଶୋକ ରାଉତ, ଯଜ୍ଞ ଦତ୍ତ ପତି, ଅନାଦି ବାରିକ, ରତିକାନ୍ତ ମହାକୁଡ଼, ଅଭୟ ମଲ୍ଲିକ, ଅମୀୟ ଚାନ୍ଦ ନାୟକ, ଚକ୍ରଧର ନାୟକ, ରତିକାନ୍ତ ଦାସ, ପ୍ରଭାତ ଜେନା, କ୍ଷୀରସିନ୍ଧୁ ବାରିକ, ଜୟନ୍ତ ନାୟକ, ସନାତନ ମିଶ୍ର, ତପୁନୁ ପାଣି, ଗଣେଷ କର, ଜୟଚନ୍ଦ୍ର ବେହେରା, ହରିଶ୍ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏବିଡ଼ିଓ ମୀନକେତନ ବାରିକ, ସହକାରୀ ନିର୍ବାହୀ ଯନ୍ତ୍ରୀ ସୁକାନ୍ତ ମିଶ୍ର, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ନିହାର ରଞ୍ଜନ ରାଉତ, କନିଷ୍ଠ ଯନ୍ତ୍ରୀ ଭରତ ବିଶ୍ୱାଳ, ଡବ୍ଲୁଇଓ ସୌମ୍ୟା ସୁଚରିତା ମହାନ୍ତି, ଏପିଓ କମିନୀ ଲତା ଓଝା ଓ ବିଏଲସି ସ୍ନିଗ୍ଧା ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

