ଚାନ୍ଦବାଲି, 23,08,26: ପଛକୁ ପଛ କ୍ରମାଗତ ଭାବେ ତୃତୀୟ ଥର ବୈତରଣୀ ରେ ବନ୍ୟା ଆସିବା ଯୋଗୁଁ ଚାନ୍ଦବାଲି ବ୍ଲକ ଆରଡ଼ି, ନାନ୍ଦପୁର, ସୁନ୍ଦରପୁର ଓ ଓଳଗ ପଞ୍ଚାୟତ ରେ ବ୍ୟାପକ ପ୍ରଭାବ ପଳାଇଛି. ମୁଖ୍ୟତଃ ଗମନା ଗମନ ଉପରେ ବ୍ୟାପକ ପ୍ରଭାବ ପକାଇଛି ପ୍ରଳୟଙ୍କରୀ ବନ୍ୟା. ଯାଜପୁର ଜ଼ିଲ୍ଲା ର କୁଆଖିଆ – ଆରଡ଼ି ମୁଖ୍ୟ ରାସ୍ତାର ବୋଡ଼କ ନିକଟରେ ବନ୍ୟା ଜଳ ଲହଡି ମାରୁଥିବାରୁ ସମ୍ପୂର୍ଣ୍ଣ ରାସ୍ତା ଟି ଧୋଇ ହୋଇଯାଇ ଖାଲୁଆ ହୋଇଯାଇଛି. ଲୋକମାନ ଙ୍କ ଯାତାୟାତ ରେ ବାଧା ଉପୁଜିଛି. ଆରଡ଼ି ରେ ବାବା ଆଖଣ୍ଡଳମଣି ଙ୍କ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁ ମାନେ ବଞ୍ଚିତ ହୋଇଛନ୍ତି. ବୈତରଣୀ ରେ ବନ୍ୟା ଆସିବା ଯୋଗୁଁ ବୋଡ଼କ ନିକଟରେ ରାସ୍ତା ଧୋଇ ଯିବାରୁ,ଯାଜପୁର ଜ଼ିଲ୍ଲାରୁ ଆସୁଥିବା ଶ୍ରଦ୍ଧାଳୁ ମାନେ ଆଖଣ୍ଡଳମଣି ପୀଠକୁ ଆସି ପାରୁନାହାନ୍ତି.

ପ୍ରାୟ ଅଧ କିଲୋମିଟର ହେବ ରାସ୍ତା ଟି ଧୋଇ ହୋଇଯାଇ ଖାଲୁଆ ହୋଇଯାଇଛି. ଏବେ ବନ୍ୟା ଜଳ ହ୍ରାସ ପାଇଥିଲେ ବି ବନ୍ୟା ମାଡ଼ରେ ରାସ୍ତା ଟି ମରଣ ଯନ୍ତା ପାଲଟିଛି.

ପ୍ରତ୍ୟେକ ଥର ବନ୍ୟା ଆସିଲେ ଏହି ରାସ୍ତାଟି ଉପରେ ବନ୍ୟା ଜଳ ପ୍ରବାହିତ ହୋଇ ଧୋଇ ହୋଇଯାଏ. ଯୁଦ୍ଧ କାଳୀନ ଭିତ୍ତିରେ ରାସ୍ତାଟି ମରାମତି ହୋଇ ପାରିଲେ ଶ୍ରଦ୍ଧାଳୁ ମାନେ ବାବା ଙ୍କ ଦର୍ଶନ କରିପାରନ୍ତେ ବୋଲି ସାଧାରଣରେ କୁହାଯାଇଛି. ଚାନ୍ଦବାଲି ରୁ ମଣି ପ୍ରସାଦ ପାଢ଼ୀ ଙ୍କ ରିପୋର୍ଟ

