ତିହିଡି – ଓଡିଶା ସରକାରଙ୍କ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗର କମିଶନର ତଥା ସଚିବ ଏସଏନ ଗିରିଶ୍ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି। ଭଦ୍ରକ ଜିଲ୍ଲା ତିହିଡି ଓ ଚାନ୍ଦବାଲି ବ୍ଲକର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତକରି ସ୍ଥିତି ସମୀକ୍ଷା କରିଛନ୍ତି। ଉଦ୍ଧାର କାର୍ଯ୍ଯ ସହ ରିଲିଫ ପରିଚାଳନା ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରଥମେ ଭଦ୍ରକ-ଚାନ୍ଦବାଲି ରାଜପଥ ବିନ୍ଧା ବଜାର ଦେଇ କେଳାସାହି ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ଉଦ୍ଧାର ସମ୍ପର୍କରେ ଉଡ୍ରାପ୍ଟ ଓ ଏନଡିଆଏଫ ଟିମ ସହ ଆଲୋଚନା କରିଥିଲେ। ସେହିପରି ବିପନ୍ନଙ୍କୁ ପ୍ରଦାନ କରାଯାଉଥିବା ଶୁଦ୍ଧ ପାନୀୟ ଜଳ ପ୍ରସ୍ତୁତ ମେସିନର ଯାଞ୍ଚ କରିଥିଲେ। ସେଠାରୁ ଚାନ୍ଦବାଲି ଯାଇଥିଲେ। ତାଙ୍କ ଗସ୍ତ ସମୟରେ ଜିଲ୍ଲାପାଳ, ଉପଜିଲ୍ଲାପାଳ, ତିହିଡି ଓ ଚାନ୍ଦବାଲି ବ୍ଲକର ତହସିଲଦାର, ବିଡିଓ ଏବଂ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ପ୍ରଶାସନ ପକ୍ଷରୁ ପାଣି ଘେରରେ ରହିଥିବା ବିପନ୍ନଙ୍କୁ ରିଲିଫ୍ ଯୋଗାଇ ଦିଆ ଯାଉଛି। ଓଡ୍ରାଫ୍ ଓ ଏନଡିଆରଏଫ ଟିମ୍, ଏନଜିଓ ଓ ପ୍ରଶାସନ ମିଳିତ ଭାବେ ବିପନ୍ନଙ୍କୁ ସହାୟତା ଯୋଗାଉଛନ୍ତି। ବନ୍ୟା ପାଣି କମିବା ପରେ ରାସ୍ତା ମରାମତି ସହ ଆବଶ୍ୟକ ସମସ୍ତ ବ୍ୟବସ୍ଥା କରାଯିବ ବୋଲି କମିଶନର ଆଶ୍ୱାସନା ଦେଇଛନ୍ତି।
ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ।

