ଜଳେଶ୍ବର: ସୁବର୍ଣ୍ଣରେଖା ନଦୀର ଜଳସ୍ତର ଯେତିକି କମୁଛି ତଳିଆ ଅଞ୍ଚଳର ଲୋକଙ୍କ ଦୁର୍ଦ୍ଦଶା ସେତିକି ବଢୁଛି । ସୁବର୍ଣ୍ଣରେଖା ବନ୍ଯାରେ ବାଲିଆପାଳ, ଭୋଗରାଇ ଓ ଜଳେଶ୍ବର ବ୍ଲକର ଅନେକ ତଳିଆ ଅଞ୍ଚଳ ଜଳମଗ୍ନ । ନଦୀ ଅବବାହିକା ରେ ଥିବା ହଜାର ହଜାର ହେକ୍ଟର ଜମି ରେ ପନି ପରିବା ଚାଷ ସମ୍ପୂର୍ଣ୍ଣ ଉଜୁଡି ଯାଇଛି । ଚାରିଆଡେ ବନ୍ଯା ପାଣି ଜମି ରହିଥିବାରୁ ଗୋରୁ ଗାଈ ଗୃହପାଳିତ ପଶୁ ଭୋକ ଉପାସରେ । ବନ୍ଯା ଆଶ୍ରୟସ୍ଥଳୀରୁ ଫେରିବା ପରେ ଉଜୁଡା ଘର କୁ ସଜାଡୁଛନ୍ତି ବିପନ୍ନ । ଘରେ ଥିବା ଧାନ ଚାଉଳ,ଆସବାବପତ୍ର ସବୁ ପାଣି ରେ ଭିଜି ନଷ୍ଟ ହୋଇଯାଇଛି । ଫଳରେ ଭୋକ ଉପାସ ରେ ଦିନ କାଟୁଛନ୍ତି ବିପନ୍ନ ।
ଅନ୍ୟପଟେ, ଖସୁଛି ପାଣି କିନ୍ତୁ କମୁନି ଦୁର୍ଦ୍ଦଶା । ଦୁର୍ବିସହ ବିପନ୍ନଙ୍କ ଜୀବନ । ଆଖିରୁ ଶୁଖୁନି ଲୁହ । ଘର ଭିତରେ ପାଣି, ରାସ୍ତାରେ ପାଣି । ଅନ୍ଧାର ରାତି, ଚାରିଆଡେ ବନ୍ୟାଜଳ । ଲୋକଙ୍କ ମୁହଁରେ ଭୟ । ଘର ଛାଡ଼ି ସ୍କୁଲ ଘରେ ରାତି କାଟୁଛନ୍ତି ଅନେକ ବିପନ୍ନ । ବନ୍ୟା ଭାଙ୍ଗିଦେଇଛି ଲୋକଙ୍କ ମେରୁଦଣ୍ଡ । ଚାଷବାସ ଉଜୁଡ଼ିଯାଇଛି । ପାଣିରେ ବୁଡ଼ିଛି ଏକର ଏକର ଜମି । ଆହାର ଛଡ଼ାଇ ନେଇଛି ବନ୍ୟା ।

