ଚାନ୍ଦବାଲି ବନ୍ୟାଞ୍ଚଳ ବିପନ୍ନଙ୍କ ପାଖରେ ପହଂଚିଲେ କଂଗ୍ରେସ ଦଳର ବରିଷ୍ଠ ନେତା ଅମୀୟ ମହାପାତ୍ର। ବୈତରଣୀ ଓ ସାଳନ୍ଦୀ ନଦୀରେ ଆସିଥିବା ଦୁଇଦୁଇ ଥର ଵନ୍ୟାରେ ବେଶି ପ୍ରଭାବିତ ହୋଇଛି ଭଦ୍ରକଜିଲା ଚାନ୍ଦବାଲି ବ୍ଲକର ଆରଡି, ସୁନ୍ଦରପୁର, ଓଳଗ, ନାନ୍ଦପୁର ୪ଟି ପଞ୍ଚାୟତର ୨୪ଟି ଗାଁର ହଜାରହଜାର ଲୋକ।

ଏପରିକି ପ୍ରଥମ ବନ୍ୟା ଧୋଇନେଇଛି ବିପନ୍ନଙ୍କ ବାସଗୃହ ସହ ବର୍ଷକର ଆହାର। ଦୀର୍ଘଦିନ ଧରି ଚାଷଜମିରେ ବନ୍ୟାଜଳ ଲହଡ଼ି ମାରିବାରୁ କ୍ଷେତରେ ହୋଇଥିବା ରୁଆ ବେଉଷଣ ଧାନ ତଳି ପଚିସଢି ଯାଇଛି। ପୁଣି ଗତକାଲି ଠାରୁ ଵୈତରଣୀ ଓ ସାଳନ୍ଦୀ ନଦୀର ଆସିଥିବା ବନ୍ୟା ପାଣି ବିପନ୍ନଙ୍କର ଦୁର୍ଦ୍ଦଶା ବଢାଇ ଦେଇଛି। ଏପରି ବିପନ୍ନଙ୍କ ପାଖରେ କଂଗ୍ରେସ ଦଳର ବରିଷ୍ଠ ନେତା ଅମୀୟ ମହାପାତ୍ରଙ୍କ ସହ ଅନ୍ୟ ନେତୃତ୍ବ ମଣ୍ଡଳୀ ପହଂଚି ଘରର ଛପର ପାଇଁ ପଲିଥିନି ପାଲ ସହ ଶୁଖିଲା ଖାଦ୍ୟ ଚୁଡା, ବିସ୍କୁଟ ଆଦି ଯୋଗାଇ ଦେଇଥିଲେ।

