ବାଲିଆ ପଞ୍ଚାୟତ ସରପଞ୍ଚ ଶ୍ରୀ ନିତାଇ ଚରଣ ନାୟକଙ୍କ ନେତୃତ୍ୱରେ ପଞ୍ଚାୟତର ବିଭିନ୍ନ ୱାର୍ଡରେ ଚାଲିଥିବା ସଫେଇ ଅଭିଯାନର ଶେଷ ଦିନରେ ରାମେଶ୍ୱର ମନ୍ଦିର ପରିସରରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଏହି ଅବସରରେ ସରକାରୀ ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସ ଯୋଗଦେଇ ସଫେଇ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏଥି ସହ ସଫେଇ ଅଭିଯାନକୁ ସଫଳ କରିବାରେ ସହଯୋଗ କରିଥିବା ଭାଇ ଓ ଭଉଣୀମାନଙ୍କୁ ଶ୍ରୀ ଦାସ ସମ୍ବର୍ଦ୍ଧିତ କରିଥିଲେ।

ପଞ୍ଚାୟତର ବିଭିନ୍ନ ଅଞ୍ଚଳକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ସହିତ ସ୍ୱଚ୍ଛତା ପ୍ରତି ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ସ୍ୱଚ୍ଛତା ଏକ ନିରନ୍ତର ପ୍ରକ୍ରିୟା ହୋଇଥିବାରୁ ଆଗାମୀ ଦିନରେ ମଧ୍ୟ ଏଭଳି ସଫେଇ ଓ ସଚେତନତା କାର୍ଯ୍ୟକ୍ରମ ଜାରି ରହିବ ବୋଲି ବିଧାୟକ ଶ୍ରୀ ଦାସ କହିଥିଲେ।

