ଶନିବାର ସକାଳ ୮ଟା ସମୟରେ ରେମୁଣା ବିଜେପି କାର୍ଯ୍ୟାଳୟ ପରିସରରେ ୮୦ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ସରକାରୀ ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ଉପସ୍ଥିତିରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରୁ ଆସିଥିବା କର୍ମୀ ଓ ବରିଷ୍ଠ କାର୍ଯ୍ୟକର୍ତ୍ତାମାନେ ଯୋଗଦେଇଥିଲେ।
ପ୍ରଥମେ ଜାତୀୟ ସଙ୍ଗୀତ ଗାନ ସହ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ପରେ ସମସ୍ତେ ଏକ ସ୍ୱରରେ ‘ବନ୍ଦେ ମାତରମ୍’ ଗାନ କରିଥିଲେ। ବିଧାୟକ ଶ୍ରୀ ଦାସ ଦେଶର ସ୍ୱାଧୀନତା ପାଇଁ ନିଜ ପ୍ରାଣବଳି ଦେଇଥିବା ବୀର ସ୍ୱାଧୀନତା ସଂଗ୍ରାମୀମାନଙ୍କ ତ୍ୟାଗ ଓ ବଳିଦାନକୁ ସ୍ମରଣ କରିବା ସହ ସେମାନଙ୍କ ଆଦର୍ଶରେ ଦେଶ ଓ ସମାଜ ପାଇଁ କାମ କରିବାକୁ ଆହ୍ୱାନ ଦେଇଥିଲେ।
ଏହି ଅବସରରେ ଜିଲ୍ଲା ଉପସଭାପତି ଶ୍ରୀ ସୁକୁମାର ଦାସ, ଜିଲ୍ଲା ସମ୍ପାଦିକା ଶ୍ରୀମତୀ ରବିତା ଦାସ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶ୍ରୀ ନାରାୟଣ ମହନ୍ତ, ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶ୍ରୀ ବିପିନ ମାରାଣ୍ଡି, ମଣ୍ଡଳ ସଭାପତି ଶ୍ରୀ ଉମାକାନ୍ତ ଜେନା, ମଣ୍ଡଳ ସାଧାରଣ ସମ୍ପାଦକ ଶ୍ରୀ କମଳ ଲୋଚନ ପ୍ରଧାନ, କୃଷ୍ଣ ଚନ୍ଦ୍ର ସାହାଙ୍କ ସମେତ ବହୁ ବରିଷ୍ଠ ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

