୮ତମ ସ୍ୱାଧୀନତା ଦିବସ ଅବସରରେ ରେମୁଣା ବିଜେପି ପକ୍ଷରୁ ଶନିବାର ଭବ୍ୟ ତ୍ରିରଙ୍ଗା ବାଇକ୍ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି। ସରକାରୀ ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ଉପସ୍ଥିତିରେ କ୍ଷୀରଚୋରା ଓ ମଣିନାଗେଶ୍ୱର ମଣ୍ଡଳରେ ଏହି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।
ପ୍ରଥମେ କ୍ଷୀରଚୋରା ମଣ୍ଡଳ ସଭାପତି ଶ୍ରୀ ରଘୁନାଥ ପରିଡ଼ାଙ୍କ ନେତୃତ୍ୱରେ ଶେରଗଡ଼ ଛକ ନିକଟରୁ ତ୍ରିରଙ୍ଗା ବାଇକ୍ ଶୋଭାଯାତ୍ରା ଆରମ୍ଭ ହୋଇ ନୂଆପଢ଼ୀ ପଞ୍ଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା।

ସେହିପରି ମଣିନାଗେଶ୍ୱର ମଣ୍ଡଳ ସଭାପତି ଶ୍ରୀ ପ୍ରଫୁଲ୍ଲ ଦ୍ୱିବେଦୀଙ୍କ ନେତୃତ୍ୱରେ ଇଶାଣି ଉଡ଼ା ପଡ଼ିଆ ଠାରୁ ରସାଳପୁର ଛକ ପର୍ଯ୍ୟନ୍ତ ଆଉ ଏକ ତ୍ରିରଙ୍ଗା ବାଇକ୍ ଶୋଭାଯାତ୍ରା ଆୟୋଜିତ ହୋଇଥିଲା।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ‘ହର ଘର ତ୍ରିରଙ୍ଗା’ ଆହ୍ୱାନକୁ ଆଧାର କରି ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶହ ଶହ ବିଜେପି କାର୍ଯ୍ୟକର୍ତ୍ତା ଓ ସମର୍ଥକ ତ୍ରିରଙ୍ଗା ଧରି ବାଇକ୍ରେ ସାମିଲ ହୋଇଥିଲେ। ଦେଶପ୍ରେମ ଓ ଜାତୀୟ ଏକତାର ବାର୍ତ୍ତା ନେଇ ଆୟୋଜିତ ଏହି ଶୋଭାଯାତ୍ରା ରେମୁଣା ଅଞ୍ଚଳରେ ଦେଶପ୍ରେମର ଉତ୍ସାହକୁ ଆହୁରି ଦୃଢ଼ କରିଥିଲା।
ଏହି ଅବସରରେ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶ୍ରୀ ନାରାୟଣ ମହନ୍ତ, ବିଧାୟକ ପ୍ରତିନିଧି ଶ୍ରୀ ଲମ୍ବୋଦର ପ୍ରଧାନ, ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ପର୍ଶୁରାମ ପରିଡ଼ା, ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ଶ୍ରୀ ଆଲୋକ କୁମାର ପଣ୍ଡାଙ୍କ ସମେତ ପ୍ରଶାନ୍ତ ରାଉତ, ଜିତେନ୍ଦ୍ର ସ୍ୱାଇଁ, ଦେବୀପ୍ରସନ୍ନ ବିଶ୍ୱାଳ, ଆଦିତ୍ୟ ବାରିକ, ସୁରଞ୍ଜନ ରାଉତ, ସୁମନ୍ତ ଦାସ, ସୁବ୍ରତ ଦାସ, ସକମ୍ବରି ସିଂ, ମଳୟ କୁମାର ବିଶ୍ୱାଳ, ନିଶିକାନ୍ତ ସେଠୀ, ମୁକ୍ତେଶ୍ୱର ବାଗ ପ୍ରମୁଖ ଉପସ୍ଥିତ ଥିଲେ।

