ତିହିଡି, ୧୧.୦୮ : ଚଳିତ ବନ୍ୟାରେ ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ବ୍ୟାପକ କ୍ଷୟକ୍ଷତି ହୋଇଛି । ସପ୍ତାହରୁ ଉର୍ଦ୍ଧ ଦିନ ଧରି ଜଳବନ୍ଦି ଅଞ୍ଚଳବାସୀ ଘରୁ ବାହାରି ପାରିନଥିଲେ । ସରକାରୀ ସହାୟତା ସମେତ ସମାଜସେବୀଙ୍କ ସହାୟତା ବିପନ୍ନମାନଙ୍କୁ ମିଳିଥିଲେ ହେଁ କଳାକାର ସଂଘ ପକ୍ଷରୁ ବନ୍ୟା ବିପନ୍ନ କଳାକାର ମାନଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଛି । ତିହିଡି ବ୍ଲକର କଳାକାର ସଂଘର କୋଷାଧ୍ୟକ୍ଷ ତଥା ବ୍ଲକ କଳା ସଂସ୍କୃତି ବିଭାଗର ସଂଯୋଜକ ଦୁଃଖ ନନା ଓରଫ୍ ମନୋରଞ୍ଜନ ଦାସଙ୍କ ଉଦ୍ୟମରେ ବାରସର, ଗୋବିନ୍ଦପୁର, ତିଆଡିସାହି, କୁଆଁରଚତର, ତଳହଂସପାଟ, ଉପରହଂସପାଟ, କାଞ୍ଜିଆପାଟ, ଶ୍ୟାମସୁନ୍ଦପୁର, ତଳଦୁମୁକା, ଉପରଦୁମୁକା, ବାଲିଘାଇ, ତଳଗୋପବିନ୍ଧା, ବାରୋ, ବୋଡକ, ଓରାଳି, ବିଲଣା, ଦହପାଣିଆ, ମିରିପୁର, ସାପକାତିଆ ଓ କୁବେରା ଆଦି ଗ୍ରାମରେ ବସବାସ କରୁଥିବା କଳାକାରମାନଙ୍କୁ ଏପରି ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ କଳାକାର ସଂଘର ସଭାପତି ଭାଗିରଥି ଦତ୍ତ, ଜୟନ୍ତ ନାୟକ, କେଶବ କୁଣ୍ଡ, ରବିନ୍ଦ୍ର ରାଉତ, ସରୋଜ ବେହେରା, ଚନ୍ଦ୍ରକାନ୍ତ ବାରିକ, କୃଷ୍ଣଚନ୍ଦ୍ର ମହାଳିକ, ସଞ୍ଜୟ ବେହେରା, ନିରାକାର ନାୟକ, ନରେନ୍ଦ୍ର ଦାସ ଓ ମୁକ୍ତିକାନ୍ତ ଦାସ ପ୍ରମୁଖ ବ୍ଲକ ଓ ଜିଲ୍ଲା କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

