ତିହିଡି, ୧୧.୦୮ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ତାଳପଦାସ୍ଥିତ ମାଣିକ ଲାଲ ଉଚ୍ଚ ମାଧ୍ୟମିକ ମହିଳା ବିଦ୍ୟାଳୟରେ ମଙ୍ଗଳବାର ତିହିଡି ପୋଲିସ ପକ୍ଷରୁ ନୂଆ ଅପରାଧିକ ଆଇନ ଓ ସାଇବର କ୍ରାଇମ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି ।ଏହି ଅବସରରେ କଲେଜର ପୂର୍ବତନ ଅଧକ୍ଷ ଗିରୀଶ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ତହସିଲଦାର ସୁଭାଶିଷ ସାହୁ ଓ ଅତିରିକ୍ତ ତହସିଲଦାର ସତୀଶ କୁମାର ରାଉତ ଯୋଗଦେଇ ପ୍ରତ୍ୟେକ ମଣିଷ ନିଜ ନିଜ ମୋବାଇଲକୁ ନିୟନ୍ତ୍ରଣରେ ରଖି ବ୍ୟବହାର କଲେ ସାଇବର ଠକେଇରୁ ବର୍ତ୍ତି ପାରିବେ ବୋଲି କହିଥିଲେ । ସମ୍ନାନିତ ଅତିଥିଭାବେ ତିହିଡି ଥାନା ଆଇଆଇସି ଲୋପାମୁଦ୍ରା ନାୟକ ଯୋଗଦେଇ ନୂଆ ଅପରାଧିକ ଆଇନର ବିଭିନ୍ନ ଦିଗ ଓ ଦଣ୍ଡ ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭାରପ୍ରାପ୍ତ ଅଧ୍ୟାପିକା ସୁଜାତା ମହାପାତ୍ର, ମଧୁସ୍ମିତା ନାୟକ, ଅଞ୍ଜଳି ମହାନ୍ତି, ସଂଜିତା ଦ୍ୱିବେଦୀ, ଅଞ୍ଜନ କୁମାର ସତପଥୀ, ସୁଜାତା ପାଢ଼ୀ, ଅନୁସୟା ସତପଥୀ, ଏସଆଇ ପ୍ରକାଶ ନାୟକ ଓ ଏଏସଆଇ ଲଷ୍ମଣ ଟୁଡୁ ପ୍ରମୁଖ ଶିବିରରେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

