ତିହିଡି, ୧୧.୦୮ : ବୈତରଣୀ ଓ ସାଳନ୍ଦି ନଦୀର ଉଚ୍ଛୁଳା ବର୍ଷା ଜଳ ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ବନ୍ୟା ସୃଷ୍ଟି କରିଛି । ଏହି ବନ୍ୟାରେ ତଳଗୋପବିନ୍ଧା, ବୋଡକ, ବାରୋ, ବିଲଣା, କାଁପଡା, ମୁକୁନ୍ଦପୁର, କୋହ୍ଲ, ଫତେପୁର, ସିନ୍ଦୋଳ, କାଁପଡା, ବାରସର ଓ ଗୋବିନ୍ଦପୁର ପଞ୍ଚାୟତର ବ୍ୟାପକ କ୍ଷୟକ୍ଷତି ହୋଇଛି । ଚାଷ ଉଜୁଡି ଯାଇଛି । ଧାନତଳି ଓ ରୁଆଧାନରେ ଏଯାବତ ପାଣି ଜମି ରହିଛି । କେତେ କଷ୍ଟ ଓ ଯତ୍ନରେ କରିଥିବା ଚାଷୀ ଆଜି ଚାଷୀଙ୍କ ଆଖି ସାମନାରେ ପଚିସଢି ଯାଉଛି । ଶ୍ରାବଣ ମାସ ସରିବାକୁ ବସିଲାଣି, କେବେ ପାଣି କମିବ ଆଉ କଣ ତଳି ପକେଇ ଚାଷ କରିହେବ ଚିନ୍ତାରେ ଚାଷୀ ବିଚଳିତ ହୋଇ ପଡିଛି । ଚାଷୀ ହୁଡିଲେ ବରଷେ ନ୍ୟାୟରେ ଚଳିତ ବର୍ଷ ଆଉ ଚାଷ କରିବା ଅବସମ୍ଭାବୀ ହୋଇ ପଡିଛି । କାଁପଡା ପଞ୍ଚାୟତବାସୀ ତହସିଲ ପ୍ରଶାସନକୁ ଭେଟି ବନ୍ୟା ଜନିତ କ୍ଷତିପୂରଣ ଦାବି କରିଛନ୍ତି । ଏହି ପଞ୍ଚାୟତର ୪ଟି ମୌଜା ଯଥା କାଁପଡା, ଦପା, ତଳକାଁପଡା ଓ କାଁପଡାବିନ୍ଧର ସମସ୍ତ ଅଧିବାସୀ ଜାତିରେ ହରିଜନ । ଧାନ ଚାଷ ସେମାନଙ୍କର ମୁଖ୍ୟ ବୃତ୍ତି । ଅଧିକାଂଶ ଚାଷୀ ମଧ୍ୟ ଭାଗଚାଷୀ । ସରକାରଙ୍କ ପ୍ରଦତ୍ତ ସମସ୍ତ ସହାୟତା ଜମି ମାଲିକ ପାଖକୁ ଯାଉଛି ହେଲେ ବିଚରା ଭାଗ ଚାଷୀଟିଏ କିଛି ପାଉନି । ପ୍ରଶାସନ ପକ୍ଷରୁ ତତ୍କାଳ ଭିତ୍ତିରେ କ୍ଷେତ୍ରୀୟ ତଦନ୍ତ କରାଯାଇ ଭାଗଚାଷୀଙ୍କ ଉପଯୁକ୍ତ କ୍ଷତିପୂରଣ କେମିତି ମିଳିବ ତାହାର ସୁବନ୍ଦୋବସ୍ତ କରିବା ଲାଗି ଦାବି କରିଛନ୍ତି । ସେହିପରି ବନ୍ୟା ସମୟରେ ବିପନ୍ନଙ୍କୁ ଯାହା ସହାୟତା ମିଳିଥିଲା ତାହା ସମୂଦ୍ରକୁ ଶଙ୍ଖେ ସଦୃଶ ହୋଇଥିବା ବେଳେ ଚାଳଘର ଭାଙ୍ଗିଥିବା ଲୋକଙ୍କୁ ଏଯାବତ ‘ଜରି ପାଲ’ଟିଏ ମିଳି ପାରିଲା ନାହିଁ । ରାଜନେତାଙ୍କ ଚକ୍ରାନ୍ତ ଓ ପ୍ରଶାସନିକ ଇଚ୍ଛା ଶକ୍ତି ଅଭାବ ପାଇଁ ଏପରି ହେଉଥିବା ବିପନ୍ନମାନେ ଅଭିଯୋଗ କରିବା ସହିତ ତୁରନ୍ତ ତଦନ୍ତ କରି ପ୍ରଦାନ କରିବାକୁ ଚାଷୀ ନେତା ଜଗତ କୁମାର ଦାସ, ରୀତା ମଳିକ, ରୋଜି ଦାସ, ପ୍ରିୟଙ୍କା ଦାସ, ଅନିମା ମଳିକ, ମିଲି ମଳିକ, ଗୀତା ନାଇକ, ଚନ୍ଦ୍ରକାନ୍ତି ମଳିକ, ମୌନାବତୀ ମଳିକ, କୌଶଲ୍ୟା ମଳିକ, ସୁକୁମାରୀ ଦାସ, ମାଧବୀ ମଳିକ, ମିନତୀ ମଳିକ, ରଞ୍ଜୁଲତା ମଳିକ, ଇତିଶ୍ରୀ ମଳିକ, ଅଲିଭା ମଳିକ, ସୁମିତ୍ରା ମଳିକ, ଗୀତା ମଳିକ, କନକ ଦାସ, ଚୁମୁକି ମଳିକ, ସୁକୁମାରୀ ଦାସ, କୌଶଲ୍ୟା ମଳିକ, ଜାନକୀ ଦାସ, ଆକାଶ ମଳିକ, ସୋନୁ ଦାସ, ବିଜୟ ମଳିକ, କେଦାର ମଳିକ, ବସନ୍ତ ଦାସ, ଚିନ୍ତାମଣି ଦାସ, ଦିବ୍ୟସିଂହ ମଳିକ, ସରୋଜ ଦାସ, ମହେଶ୍ୱର ଦାସ, ରମାକାନ୍ତ ମଳିକ, ଦୟାନିଧି ଦାସ, ଦୋଳଗୋବିନ୍ଦ ମଳିକ, ପୂର୍ଣ୍ଣଚନ୍ଦ୍ର ମଳିକ, କାଳିଆ ଦାସ, କାଳନ୍ଦି ମଳିକ, ବିକାଶ ମଳିକ, ସୁଧାକର ମଳିକ, ଗୌରହରି ମଳିକ, ସାଗର ମଳିକ, ସଚ୍ଚିଦାନନ୍ଦ ମଳିକ, ଦେବେନ୍ଦ୍ର ମଳିକ ଓ ଭାଗଗ୍ରାହୀ ମଳିକ ପ୍ରମୁଖ ଶତାଧିକ ପୁରୁଷ ଓ ମହିଳା ଅତିରିକ୍ତ ତହସିଲଦାର ସତୀଶ କୁମାର ରାଉତଙ୍କୁ ଭେଟି ଏପରି ଦାବି କରିଛନ୍ତି ।

