ତିହିଡି- ଗତ କିଛି ଦିନ ଧରି ଲଗୁଚାପ ଜନିତ ବର୍ଷାରେ ତିହିଡି ବ୍ଲକ ବନ୍ୟା ପ୍ରଭାବିତ ହୋଇଛି। ଏହି ପରିପେକ୍ଷୀରେ ତିହିଡି଼ ସତ୍ୟସାଇ ସେବା ସଙ୍ଗଠନ ପକ୍ଷରୁ ତିହିଡି ସମିତି ଆବାହକ ସଞ୍ଜୟ କୁମାର ମହାପାତ୍ରଙ୍କ ତତ୍ଵାବଧାନରେ ଗତକାଲି ତିହିଡି଼ ବ୍ଲକର ସିନ୍ଦୋଳ ପଞ୍ଚାୟତର ନୂଆସାହି, ସାଟିଉଟି କୋହ୍ଲ ପଞ୍ଚାୟତର ସଦରବଳିଆ ଗ୍ରାମର ବନ୍ୟା ବିପନ୍ନ ୩୬୦ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ଚୁଡା, ମୁଢି, ଚିନି, ବିସ୍କୁଟ ବଣ୍ଟନ କରିଥିଲେ।ଏତତ ବ୍ୟତୀତ ଲୋକମାନଙ୍କ ପାଖକୁ ଯାଇ ସେମାନଙ୍କର ସୁବିଧା ଅସୁବିଧା ପଚାରି ବୁଝିଥିଲେ। ବିପଦ ସମୟରେ ଯେଉଁମାନେ ଆସି ସେବାର ହାତ ବଢ଼ାଇଛନ୍ତି ସେମାନେ ଲୋକମାନଙ୍କର ପ୍ରକୃତ ବନ୍ଧୁ ବୋଲି ବିପନ୍ନ ମାନେ କହିଛନ୍ତି। ସଙ୍ଗଠନର ନିତ୍ୟାନନ୍ଦ ନାୟକ, ମାଗୁଣି ଚରଣ ନାୟକ, ଅମୂଲ୍ୟ କୁମାର ତ୍ରିପାଠୀ, ପ୍ରହଲ୍ଲାଦ ବଳ, କୈଳାସ ରାଉଳ, ରବୀନ୍ଦ୍ର ଦାସ, ରମାକାନ୍ତ ନାଥ,ପ୍ରଭାତ ରାଉଳ,ସୁରେନ୍ଦ୍ର ସାହୁ, ଜଗତାନନ୍ଦ ମହାପାତ୍ର, ଚିତ୍ତରଞ୍ଜନ ବାରିକ, ହିମାଂଶୁ ନାୟକ, ପଙ୍କଜ କୁମାର ଓଝା, ନାଗେଶ୍ୱର ମହାଳିକ, ବିଜୟ ନାୟକ ଓ ଦୀପକ ଦାସ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ।

