ତିହିଡି଼ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତର ବନ୍ୟା ପ୍ରଭାବିତ ଅଞ୍ଚଳ ଗୁଡିକୁ ଡ଼ଙ୍ଗା ସାହାଯ୍ୟରେ ବହୁ ଲୋକଙ୍କୁ ସାଙ୍ଗରେ ଧରି ଗାଁ କୁ ଗାଁ ବୁଲି ଶୁଖିଲା ଖାଦ୍ୟ ଯଥା ଅଟା, ଚୁଡା, ବିସ୍କୁଟ, ଚିନି, ଓ ପାଣି ବାଣ୍ଟିଲେ ସତ୍ୟାନନ୍ଦ। ପ୍ରଶାସନ ପହଞ୍ଚିବା ପୂର୍ବରୁ ସମାଜ ସେବୀ ସତ୍ୟାନନ୍ଦ ଅସହାୟ ଲୋକଙ୍କ ପାଖରେ ପହଞ୍ଚି ତାଙ୍କ ଦୁଃଖ ଶୁଣିବା ସଙ୍ଗେ ସଙ୍ଗେ ଭଲ ମନ୍ଦ ପଚାରି ବୁଝିଥିଲେ। ଏହିପରି ସେବାକାର୍ଯ୍ୟ ପାଇଁ ସେ ସମସ୍ତଙ୍କର ପ୍ରିୟପାତ୍ର ହେବା ସଙ୍ଗେ ସଙ୍ଗେ ସାଧାରଣରେ ପ୍ରଶଂସିତ ହୋଇ ପାରିଛନ୍ତି। ଯେ ବିପଦ ସମୟରେ ଆମ ପାଖରେ ପହଞ୍ଚି ଆମ ଦୁଃଖ ଶୁଣିଲେ ସେ ଆମ୍ଭ ମାନଙ୍କର ପ୍ରକୃତ ବନ୍ଧୁ ବୋଲି ବିପନ୍ନମାନେ କହିଛନ୍ତି।ଏହି ବଣ୍ଟନ କାର୍ଯ୍ୟରେ ଉପେନ୍ଦ୍ର ବାରିକ, କୈଳାସ ମାଝୀ, ହରିହର ମଳିକ, କୁନା ଦାସ, ସର୍ବେଶ୍ୱର ବେହେରା, ରବୀନ୍ଦ୍ର ମାହୁନ୍ତ, ଚୈତନ୍ୟ ସେଠୀ, ବେଣୁଧର ମାଝୀ, ଗଙ୍ଗାଧର ବାରିକ, ଲକ୍ଷ୍ମୀଧର ମାଝୀ, ମୁନା ଦାସ, ଶତ୍ରୁଘ୍ନ ପଣ୍ଡା, ପ୍ରଭାତ ବିଶ୍ୱାଳ, ବଟକୃଷ୍ଣ ନାୟକ, ଦିବ୍ୟସିଂହ ବଳ, ଚକ୍ରଧର ମହାକୁଡ଼, ବସନ୍ତ କୁମାର ନାୟକ ଓ ସୁଦର୍ଶନ ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ।

