ନିତ୍ୟବ୍ୟବହାର ଜିନିଷ ଉପରେ ୫% ପର୍ଯ୍ୟନ୍ତ ମୂଲ୍ୟ ବୃଦ୍ଧି ପାଇବାକୁ ଯାଉଛି । FMCG କମ୍ପାନୀ ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ୍ ସେପ୍ଟେମ୍ବର ମାସରେ କେତେକ ପ୍ରଡକ୍ଟ ଉପରେ ମୂଲ୍ୟ ବୃଦ୍ଧି କରିପାରେ ବୋଲି ସୂଚନା ମିଳୁଛି । କମ୍ପାନୀର ଟପ୍ ମ୍ୟାନେଜମେଣ୍ଟ ମଙ୍ଗଳବାର ଦିନ ଏହି ଘୋଷଣା କରିଛି । ଏପ୍ରିଲ-ଜୁନ୍ ତୁଳନାରେ ତୈମାସିକରେ ମୂଲ୍ୟ ୨ରୁ ୫ ପ୍ରତିଶତ ବୃଦ୍ଧି ହୋଇପାରେ ବୋଲି କମ୍ପାନୀ ଅନୁମାନ କରୁଛି ।
ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ୍ ଭାରତର ଏକ ଅଗ୍ରଣୀ FMCG କମ୍ପାନୀ । ଏହା ଦେଶରେ ଡିଟରଜେଣ୍ଟ, ଚା, କଫି, ଫ୍ଲୋର କ୍ଲିନର, ସାମ୍ପୁ, ଟୁଥପେଷ୍ଟ, ଫେସ୍ କ୍ରିମ୍, ସାବୁନ, ଜାମ୍, ସୁପ୍, ହେଲ୍ଥ ଡ୍ରିଙ୍କ ପାଉଡର ଏବଂ ସୌନ୍ଦର୍ଯ୍ୟ ଉତ୍ପାଦ ସମେତ ବିଭିନ୍ନ ପ୍ରକାରର ଉତ୍ପାଦ ବିକ୍ରି କରେ । ଏହାର ପ୍ରମୁଖ ବ୍ରାଣ୍ଡଗୁଡିକ ମଧ୍ୟରେ ହ୍ବିଲ, ବୁଷ୍ଟ, ହର୍ଲିକ୍ସ, ରେଡ୍ ଲେବୁଲ, ତାଜମହଲ, ବ୍ରୁ, କ୍ଲୋଜ୍ ଅପ୍,କ୍ଲିନିକ୍ ପ୍ଲସ୍, ଡୋଭ୍, ହମାମ୍, ଇନ୍ଦୁଲେଖା, କିସାନ୍ ଜାମ୍, ନର୍ ସୁପ୍, ଲକ୍ସ, ଲାକ୍ମି, ଲାଇଫବଏ, ପଣ୍ଡସ୍, ପିଅର୍ସ, ପେପ୍ସୋଡେଣ୍ଟ, ରିନ୍, ରେକ୍ସୋନା, ଭିମ୍, ଭେସଲିନ୍, ସନସିଲକ୍ ଏବଂ ସର୍ଫ ଏକ୍ସେଲ ସାମିଲ ରହିଛି । ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ୨ ରୁ ୫ ପ୍ରତିଶତ ମୂଲ୍ୟ ବୃଦ୍ଧି କରିଥିଲା । ତ୍ରୈମାସିକ ଫଳାଫଳ ପରେ ଗଣମାଧ୍ୟମ ସହିତ କଥାବାର୍ତ୍ତା ସମୟରେ ହିନ୍ଦୁସ୍ତାନ ୟୁନିଲିଭରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ପରିଚାଳନା ନିର୍ଦ୍ଦେଶକ ପ୍ରିୟା ନାୟାର କହିଛନ୍ତି ଯେ, କମ୍ପାନୀ ଚଳିତ ତ୍ରୈମାସିକରେ ପରିମାଣ ଭିତ୍ତିକ ବୃଦ୍ଧିକୁ ସଂରକ୍ଷଣ କରି ସନ୍ତୁଳିତ ଏବଂ ପର୍ଯ୍ୟାୟକ୍ରମେ ମୂଲ୍ୟ ନିର୍ଦ୍ଧାରଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।
ଅନ୍ୟପଟେ ହିନ୍ଦୁସ୍ତାନ ୟୁନିଲିଭରର ସିଇଓ ଏବଂ ଏମଡି ପ୍ରିୟା ନାୟାର କହିଛନ୍ତି ଯେ, କମ୍ପାନୀ ସେପ୍ଟେମ୍ବର ତ୍ରୈମାସିକରେ ମୁଦ୍ରାସ୍ଫୀତି କ୍ରମାଗତ ଭାବେ ବୃଦ୍ଧି ପାଇବାର ଆଶା କରାଯାଉଛି । ସେ ଆହୁରି କହିଛନ୍ତି ଯେ, ହିନ୍ଦୁସ୍ତାନ ୟୁନିଲିଭରର ପ୍ରାଥମିକତା ପରିମାଣ-ଚାଳିତ ଅଭିବୃଦ୍ଧି ରହିଛି । ଏହାରି ମଧ୍ୟରେ ହିନ୍ଦୁସ୍ତାନ ୟୁନିଲିଭରର ମୁଖ୍ୟ ଆର୍ଥିକ ଅଧିକାରୀ ନିରଞ୍ଜନ ଗୁପ୍ତା ମଧ୍ୟ କହିଛନ୍ତି ଯେ, କମ୍ପାନୀ ଜୁନ୍ ତ୍ରୈମାସିକରେ ମୂଲ୍ୟ ନିର୍ଦ୍ଧାରଣ ମାଧ୍ୟମରେ ଗ୍ରାହକଙ୍କୁ ମୁଦ୍ରାସ୍ଫୀତିର କେବଳ ଅଧା ହସ୍ତାନର କରିଛି ।

