ଆଜି ପଶ୍ଚିମବଙ୍ଗର ଖଡ଼ଗପୁର ଠାରେ ଜଗନ୍ନାଥ ମନ୍ଦିରରେ ମହାପ୍ରଭୂ ଶ୍ରୀଜଗନ୍ନାଥ ପ୍ରଭୁ ବଳଭଦ୍ର ଓ ମା’ ସୁଭଦ୍ରାଙ୍କ ପବିତ୍ର ପହଣ୍ଡି ବିଜେରେ ସାମିଲ ହୋଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱରର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ।

ପବିତ୍ର ବାହୁଡ଼ା ଯାତ୍ରା ଅବସର ରେ ଛେରା ପହଁରା କରିଥଲେ ସାଂସଦ ଶ୍ରୀଯୁକ୍ତ ଷଡଙ୍ଗୀ । ଏହାସହ ସେଠାରେ ବସବାସ କରୁଥିବା ହଜାର ହଜାର ଓଡ଼ିଆଙ୍କ ସହ ସାକ୍ଷାତ୍ କରି ସେମାନଙ୍କ ସହ ଭାବ ବିନିମୟ କରିବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ମଧ୍ୟ କରିଥଲେ ।

