ନୂଆଦିଲ୍ଲୀ : ନୂଆଦିଲ୍ଲୀ ଜନ୍ତର ମନ୍ତରରେ ଚାଲିଥିବା ପ୍ରଦର୍ଶନକୁ ଦେଖି ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ (DMRC) ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ କରିଛି । ଦୁଇଦିନ ମେଟ୍ରୋ ଷ୍ଟେସନ ବନ୍ଦ ରହିବା ପରେ ସୁପ୍ରିମକୋର୍ଟ କଠୋର ହୋଇଛନ୍ତି । ମେଟ୍ରୋ ଷ୍ଟେସନ ବନ୍ଦ ନେଇ ସୁପ୍ରିମକୋର୍ଟ କହିଛନ୍ତି, ଯଦି ଅପରାହ୍ନ ସୁଦ୍ଧା ମେଟ୍ରୋ ଷ୍ଟେସନ ନ ଖୋଲାଯାଏ, ତେବେ ସେ ହସ୍ତକ୍ଷେପ କରିବେ ।
ସୁପ୍ରିମକୋର୍ଟ ବାର ଆସୋସିଏସନ(SCBA) ମେଟ୍ରୋ ଷ୍ଟେସନ ବନ୍ଦ କରିବାକୁ ନେଇ ସୁପ୍ରିମକୋର୍ଟରେ ଯାଚିକା ଦାୟର କରିଥିଲେ । ଯାଚିକାରେ ମେଟ୍ରୋ ଷ୍ଟେସନ ବନ୍ଦ ଯୋଗୁଁ କୋର୍ଟ କର୍ମଚାରୀ ଯିବା ଆସିବାରେ ସମସ୍ୟା ହେଉଛି । ଯଦି ଅପରାହ୍ନ ସୁଦ୍ଧା ସମାଧାନ ନ ହୁଏ, ତେବେ ସୁପ୍ରିମକୋର୍ଟ ଏଥିରେ ହସ୍ତକ୍ଷେପ କରିବେ ବୋଲି କହିଛନ୍ତି ।
DMRC ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି କହିଛି କି, ସକାଳ ୭.୩୦ ମିନିଟରୁ ୧୬ ମେଟ୍ରୋ ଷ୍ଟେସନ ଆଗାମୀ ନିର୍ଦ୍ଦେଶ ଯାଏଁ ବନ୍ଦ ରଖାଯିବ । DMRC ଅନୁସାରେ ଏସବୁ ମେଟ୍ରୋ ଷ୍ଟେସନକୁ ଅସ୍ଥାୟୀ ଭାବେ ବନ୍ଦ କରିଦିଆଯାଇଛି । ଦିଲ୍ଲୀର ଲୋକ କଲ୍ୟାଣ ମାର୍ଗ, ରାଜୀବ ଛକ, ପଟେଲ ଛକ, ରାମକ୍ରିଷ୍ଣା ଆଶ୍ରମ ମାର୍ଗ, ବାରାଖମ୍ଭା ରୋଡ, ସୁପ୍ରିମକୋର୍ଟ, ସେବା ତୀର୍ଥ, ଜନପଥ, ମଣ୍ଡି ହାଉସ, କେନ୍ଦ୍ରୀୟ ସଚିବାଳୟ, ଆଇଟିଓ, ଦିଲ୍ଲୀ ଗେଟ୍, ଇନ୍ଦ୍ରପ୍ରସ୍ଥ, ଖାନ ମାର୍କେଟ, ଜୋର ବାଗ, ଶିବାଜୀ ଷ୍ଟାଡିୟମ ଏସବୁ ମେଟ୍ରୋ ଷ୍ଟେସନ ବନ୍ଦ ରହିବ ।
ରାଜୀବ ଛକ, ପଟେଲ ଛକ ମେଟ୍ରୋ ଷ୍ଟେସନ ବନ୍ଦ ରହିବ । ଏହାସହିତ ସେଣ୍ଟ୍ରାଲ ସେକ୍ରେଟେରିଏଟ୍ ଏବଂ ଜନପତ ମେଟ୍ରୋ ସମତେ ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ରାଜୀବ ଛକ ଏବଂ ସେଣ୍ଟ୍ରାଲ ସେକ୍ରେଟେରିଏଟରେ ଇଣ୍ଟରଚେଞ୍ଜ ଫ୍ୟାସିଲିଟି ଜାରି ରହିବ । କନୋଟ୍ ପ୍ଲେସ୍ ଏବଂ ଜନ୍ତରମନ୍ତର ପାଖରେ ପ୍ରଦର୍ଶନକାରୀଙ୍କ ଉତ୍ତେଜନା ଦେଖି DMRC ଏଭଳି ନିଷ୍ପତ୍ତି ନେଇଛି । DMRC କହିଛି କି, ଏହି ନିଷ୍ପତ୍ତି ସୁରକ୍ଷା କାରଣରୁ ନିଆଯାଇଛି ।

