ପୁରୀ,୧୯/୭- ଲୀଳାକ୍ଷେତ୍ର ଶ୍ରୀକ୍ଷେତ୍ର । ଲୀଳାମୟଙ୍କ ଲୀଳା ଚାଲିଛି । ଭାବ ଭକ୍ତିର ଠାକୁର କାଳିଆ । ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତମୟ ପାଲଟିଛି ଶ୍ରୀଗୁଣ୍ଡିଚା ମନ୍ଦିର । ଶ୍ରୀଗୁଣ୍ଡିଚା ମନ୍ଦିର ଆଡପପଣ୍ଡପରେ ବିରାଜମାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ମହାପ୍ରଭୁଙ୍କ ଆଡପପଣ୍ଡପ ଦର୍ଶନ ପାଇଁ ବଡଶଙ୍ଖ ଠାରୁ ଲମ୍ବା ଧାଡିରେ ଯାଇ ବ୍ଯାରିକେଡ ମଧ୍ଯରେ ପ୍ରବେଶ କରଛନ୍ତି ଭକ୍ତ ଓ ଶ୍ରଦ୍ଧାଳୁ । ଆଡପ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରି ଭାବବିହ୍ବଳ ଭକ୍ତ । ହରିବୋଲ ଓ ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ଶରଧାବାଲି । ଭାବ ଭକ୍ତିର ସହ ଆଧ୍ୟାତ୍ମିକ ପରିବେଶ ମଧ୍ଯରେ ଦର୍ଶନ କରୁଛନ୍ତି ଭକ୍ତ । ସଂଧ୍ଯା ସମୟରେ ଆଡପ ଦର୍ଶନ କଲେ ଅନନ୍ତ କୋଟି ପୂଣ୍ଯ ମିଳିଥାଏ ବୋଲି ବିଶ୍ଵାସ ରହିଛି । ରାଜ୍ଯ ପୋଲିସ ଓ ପୁରୀ ପୋଲିସ ପ୍ରଶାସନ ପକ୍ଷରୁ ପାନୀୟଜଳ ସହ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ କରାଯାଇଛି

