ପୁରୀ,୧୯/ଅଲ ଓଡ଼ିଶା ଅଙ୍ଗନୱାଡି କର୍ମୀ ଓ ସହାୟିକା ମହାସଂଘ ପୁରୀ ଜିଲ୍ଲା ପକ୍ଷରୁ ବିଭିନ୍ନ ଦାବି ନେଇ ବଳିଆପଣ୍ଡା ସ୍ଥିତ ଭାଗୀରଥୀ ପ୍ୟାଲେସ ହୋଟେଲ ସଭାଗୃହରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଡିଏସଡବ୍ଲୁଓଙ୍କ ମିଥ୍ୟା ପ୍ରଚାରକୁ ସଂଘ ନିନ୍ଦା କରିଥିଲା । ଚଳିତ ମାସ ୩୧ ତାରିଖରେ ଉପମୁଖ୍ଯମନ୍ତ୍ରୀ ତଥା ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତି ପରିଡା ପୁରୀ ଗସ୍ତରେ ଆସି ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି । ସଂଘର ଦାବିଗୁଡିକ ମଧ୍ୟରେ ଜାତୀୟ ଶିକ୍ଷା ନୀତିରେ ଅଙ୍ଗନୱାଡି କର୍ମୀଙ୍କୁ ଶିଶୁ ବାଟିକାରେ ଶିକ୍ଷକ ଭାବେ ନିଯୁକ୍ତି ଦିଆଯାଉ । ଅଙ୍ଗନୱାଡି କର୍ମୀଙ୍କ ସହାୟିକାଙ୍କୁ ସରକାରୀ ମାନ୍ଯତା ଦିଆଯାଉ । ଭତ୍ତା ବୃଦ୍ଧି ତୁରନ୍ତ ଦିଆଯାଉ ।ଅଙ୍ଗନୱାଡି କର୍ମୀଙ୍କୁ ପ୍ରମୋଶନ ଦିଆଯାଇ ସୁପରଭାଇଜର କରାଯାଉ । ଶିଶୁମାନଙ୍କୁ ଦିଆଯାଉ ଥିବା ଖାଦ୍ଯର ମୂଲ୍ଯ ବୃଦ୍ଧି ଟଙ୍କା ଓ ଗୋଟିଏ ଅଣ୍ଡା ପାଇଁ ୧୦ ଟଙ୍କା ଦିଆଯାଉ । ମାସର ପ୍ରଥମ ସପ୍ତାହରେ ଅଙ୍ଗନୱାଡି କର୍ମୀ ଓ ସହାୟିକଙ୍କୁ ଭତ୍ତା ୧୦ ହଜାର ଟଙ୍କା ଏକକାଳୀନ ଦିଆଯାଉ । ଅବସରକାଳୀନ ଭତ୍ତା ଏକଲକ୍ଷ ଟଙ୍କା ଦିଆଯାଉ । ମୋବାଇଲ ରିଚାର୍ଜ ଖର୍ଚ୍ଚ ପ୍ରତି ମାସରେ ଦିଆଯାଉ । ସାମାଜିକ ସୁରକ୍ଷା, ଇପିଏଫ, ଇଏସ୍ଆଇ, ଏସଏମପି ଓ ଟିଏଚଆର ଆଦି ଯୋଜନା ପ୍ରତି ମାସରେ ପ୍ରଦାନ କରାଯାଉ । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାନେତ୍ରୀ
ନନ୍ଦିନୀ ପଣ୍ଡା, ଉପସଭାନେତ୍ରୀ ସୌଭାଗ୍ୟ ମଞ୍ଜରୀ କରଣ, କୋଷାଧ୍ୟକ୍ଷ ସୁଶ୍ରୀ ସଙ୍ଗୀତା ମହାପାତ୍ର, ପୁରୀଜିଲ୍ଲା ସଭାନେତ୍ରୀ ପ୍ରିୟମ୍ବଦା ମିଶ୍ର, ସମ୍ପାଦିକା ଟୁନି ମହାନ୍ତି ପ୍ରମୁଖଙ୍କ ସହ ପୁରୀଜିଲ୍ଲାର ୮ବ୍ଲକର ଅଙ୍ଗନୱାଡି ନେତ୍ରୀମାନେ ଯୋଗ ଦେଇଥିଲେ ।

