ପୁରୀ,୧୯/୭-ଶ୍ରୀମନ୍ଦିର ରତ୍ନସିଂହାସନ ଏବେ ଖାଲି ପଡିଛି । ଭାଇ ଭଉଣୀକୁ ସାଙ୍ଗରେ ନେଇ କାଳିଆ ଜନ୍ମବେଦୀରେ ବିଜେ କରିଛନ୍ତି । ରୁକ୍ମଣୀ ( ଲକ୍ଷ୍ମୀ)ଙ୍କ ବିବାହ ପରେ ଗଇଣ୍ଠାଳ ଫିଟି ନଥିବା ବେଳେ କାଳିଆ ସାଆନ୍ତ ରତ୍ନ ବେଦୀରୁ ଜନ୍ମବେଦୀକୁ ରଥଯାତ୍ରାରେ ଯାଇଛନ୍ତି । ମା ମହାଲକ୍ଷ୍ମୀଙ୍କ ମନଦୁଃଖ । ଶ୍ରୀମନ୍ଦିର ଭିତର ଓ ବାହାର ଭକ୍ତ ଗହଳି କମିଯାଇଛି । ରୋଷଘରେ ଷାଠିଏ ପଉଟି ଅନ୍ନ ରନ୍ଧା ଯାଉନାହିଁ । ସବୁଆଡେ ଶୂନ୍ଯ ଶୂନ୍ଯ ଲାଗୁଛି । ଭକ୍ତ ମଧ୍ଯ କାଳିଆ ଦର୍ଶନ ନକରି ମନଦୁଃଖରେ ଫେରୁଛି । ସିଂହଦ୍ଵାର ଆଉ ଗହଳିଚହଳି ଦେଖିବାକୁ ମିଳୁନାହିଁ । ସିଂହଦ୍ଵାର ଏବେ ଖାଁ ଖାଁ ର ବାତାବରଣ । ବ୍ଯାରିକେଡ ମଧ୍ଯରେ ନାହାଁନ୍ତି ଭକ୍ତ । ମନ୍ଦିର ଚାରିପଟ ମଧ୍ଯ ଭକ୍ତ ଗହଳି ନାହିଁ । ବାହୁଡା ଦିନ ତିନିରଥ ଲାଗିବ । ନୀଳାଦ୍ରି ବିଜେ ପରେ କମ୍ପି ଉଠିବ ସିଂହଦ୍ଵାର ।

