ଦୀର୍ଘ ଦିନର ଅପେକ୍ଷା ର ଅନ୍ତ ଘଟିଛି, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଜଣାଇଛନ୍ତି ଯେ, ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟ ଦ୍ୱାରା ଅନୁମୋଦିତ ପ୍ରଧାନମନ୍ତ୍ରୀ ଦିବ୍ୟାଶା କେନ୍ଦ୍ରର ଲୋକାର୍ପଣ ଆସନ୍ତା ୧୫ ଜୁଲାଇ ୨୦୨୬, (ବୁଧବାର) ସକାଳ ୧୦:o୦ ରେ ଫକୀରମୋହନ ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ଅନୁଷ୍ଠିତ ହେବ।
ଏହା ବାଲେଶ୍ୱର ଜିଲ୍ଲା ପାଇଁ ଏକ ଐତିହାସିକ ଉପଲବ୍ଧି। ଦୀର୍ଘ ତିନି ବର୍ଷ ଧରି ତାଙ୍କର ନିରନ୍ତର ପ୍ରୟାସ, କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟ, ସମ୍ପୃକ୍ତ ମନ୍ତ୍ରୀମାନଙ୍କ ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ନିକଟରେ ବାରମ୍ବାର ଉପସ୍ଥାପନା କରିବା ପରେ ଏହି କେନ୍ଦ୍ର ଅନୁମୋଦିତ ହୋଇଥିଲା। ଆଜି ସେହି ପ୍ରୟାସ ସଫଳ ହୋଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ସାଂସଦ ଶ୍ରୀଯୁକ୍ତ ଷଡ଼ଙ୍ଗୀ
ଏହି କେନ୍ଦ୍ର ଭାରତୀୟ କୃତ୍ରିମ ଅଙ୍ଗ ନିର୍ମାଣ ନିଗମ (ALIMCO) ଦ୍ୱାରା ପରିଚାଳିତ ହେବ। ଏଠାରେ ଦିବ୍ୟାଙ୍ଗଜନମାନଙ୍କୁ ସମ୍ପୂର୍ଣ୍ଣ ନିଶୁଳ୍କରେ ବିଭିନ୍ନ ସହାୟକ ଉପକରଣ ଓ କୃତ୍ରିମ ଅଙ୍ଗ ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି ସାଂସଦ
ଏହି କେନ୍ଦ୍ରରୁ ହ୍ୱିଲ୍ଚେୟାର, ଟ୍ରାଇସାଇକେଲ, ଆସାବାଡ଼ି, ୮୦ ପ୍ରତିଶତରୁ ଅଧିକ ଦିବ୍ୟାଙ୍ଗତା ଥିବା ବ୍ୟକ୍ତିଙ୍କ ପାଇଁ ମୋଟରଚାଳିତ ଟ୍ରାଇସାଇକେଲ, ସ୍ମାର୍ଟ କେନ୍, ସ୍ମାର୍ଟଫୋନ୍, ବ୍ରେଲ୍ ସ୍ଲେଟ୍, ବ୍ରେଲ୍ କିଟ୍, ଡିଜିଟାଲ୍ ଶ୍ରବଣ ଯନ୍ତ୍ର, କମୋଡ୍ ଚେୟାର ସହିତ ଅନେକ ପ୍ରକାରର ସହାୟକ ଉପକରଣ ନିଶୁଳ୍କରେ ଯୋଗାଇ ଦିଆଯିବ ଓ
ଯେଉଁ ଦିବ୍ୟାଙ୍ଗ ଯୁବକ ଯୁବତିଙ୍କ ହାତ କିମ୍ବା ଗୋଡ଼ କୌଣସି କାରଣରୁ କଟିଯାଇଛି, ସେମାନଙ୍କୁ ମଧ୍ୟ ଏଠାରେ ମାପ ନେଇ ଉନ୍ନତମାନର କୃତ୍ରିମ ଅଙ୍ଗ ପ୍ରସ୍ତୁତ କରି ସମ୍ପୂର୍ଣ୍ଣ ନିଶୁଳ୍କରେ ପ୍ରଦାନ କରାଯିବ।
ଏହି କେନ୍ଦ୍ର କେବଳ ବାଲେଶ୍ୱର ଜିଲ୍ଲା ନୁହେଁ, ବରଂ ଭଦ୍ରକ, ମୟୂରଭଞ୍ଜ ଓ ପାର୍ଶ୍ୱବର୍ତ୍ତୀ ଜିଲ୍ଲାର ହଜାର ହଜାର ଦିବ୍ୟାଙ୍ଗଜନଙ୍କ ପାଇଁ ବହୁତ ବଡ଼ ସହାୟକ କେନ୍ଦ୍ର ହୋଇପାରିବ।
ତତ୍ ସହ ଆସନ୍ତା ୧୫ ଜୁଲାଇ ସକାଳ ୧୦:୩୦ ମିନିଟ୍ରେ ବନ୍ଧୁ ପରିଜନ ଙ୍କ ସହ ଫକୀରମୋହନ ମେଡିକାଲ କଲେଜ ପରିସରରେ ଆୟୋଜିତ ଏହି ଲୋକାର୍ପଣ ଉତ୍ସବରେ ଯୋଗଦେଇ ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେବା ପାଇଁ ଅନୁରୋଧ କରିଛନ୍ତି ସାଂସଦ ଶ୍ରୀଯୁକ୍ତ ଷଡଙ୍ଗୀ ।

