ଦାରିଙ୍ଗବାଡ଼ି:୧୩/୭(ନି ପ୍ର) ଦାରିଙ୍ଗବାଡ଼ି ବିଆର ଆମ୍ବେଦକର ଜାତୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମ୍ମୁଖ ରାସ୍ତା ରେ ଦୁଇଟି ମଟର ସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ୩ଜଣ ଆହତ ହୋଇ ଥିବା ଜଣା ପଡ଼ିଛି। ଆହତ ମାନେ ହେଲେ ଗନାଡକାମ୍ବା ଗ୍ରାମର କାନ୍ଦର୍ପ ଦିଗାଲଙ୍କ ପୁଅ ଜିହିଯିକଲ ଦିଗାଲ , ଲଦପଙ୍କା ଗ୍ରାମର କୁନାଲ ଦିଗାଲ ଓ ସମ୍ବିତ ପ୍ରଧାନ ବୋଲି ଜଣା ପଡ଼ିଛି। ସୂଚନା ମଟର ସାଇକେଲ ମୁହାଁମୁହିଁ ଧକା ପରେ ତିନିଜଣ ଆହତ ଅବସ୍ଥା ରେ ରାସ୍ତା ଉପରେ ପଡ଼ି ରହିଥିଲେ । ସ୍ଥାନୀୟ ଲୋକେ ଉଦ୍ଧାର କରି ୧୦୮ ଆମ୍ବୁଲଆନ୍ସ ଯୋଗେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଆହତ ଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରିଥିବା ଜଣା ପଡ଼ିଛି।

