ପୁରୀ ,୧୩/୭- ରଥଯାତ୍ରା ପାଇଁ ପୁରୀରେ ସୁରକ୍ଷା କଡ଼ାକଡ଼ି । ବିପର୍ଯ୍ୟୟ ପରିଚାଳନା ଓ ଜରୁରୀକାଳୀନ ସହାୟତା ଯୋଗାଇବା ପାଇଁ ମୁତୟନ ହୋଇଛନ୍ତି ଏନଡିଆରଏଫ ର ସ୍ବତନ୍ତ୍ର ଟିମ୍। ବେଳାଭୂମିରେ ସୁରକ୍ଷା ବ୍ୟବସ୍ଥା ସହ ପର୍ଯ୍ୟଟକଙ୍କ ସୁରକ୍ଷିତ ସ୍ନାନ ଲାଗି ସମୁଦ୍ର କୂଳରେ ନିୟୋଜିତ ହେବେ ୩ଶହରୁ ଉର୍ଦ୍ଧ୍ବ ଲାଇଫ ଗାର୍ଡ ।

ସମୁଦ୍ରରେ ସ୍ନାନ ବେଳେ ଯେପରି କୌଣସି ଅଘଟଣ ନ ହେବ ସେଥିଲାଗି ଲାଇଫଗାର୍ଡ ଙ୍କୁ ଦିଆଯାଇଛି ଟ୍ରେଂନିଙ୍ଗ ।

ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ଲାଗି ସମୁଦ୍ର ତଟରେ କୋଷ୍ଟଗାର୍ଡଙ୍କ ସମେତ ଭାରତୀୟ ନୌସେନାର ରହିବ କଡା ପହରା

। ରଥଯାତ୍ରା ସମୟରେ ଲକ୍ଷାଧିକ ଜନ ସମାଗମକୁ ଦୃଷ୍ଟିରେ ରଖି ସମୁଦ୍ରକୂଳରେ ନିୟୋଜିତ ହୋଇଥିବା ଲାଇଫଗାର୍ଡ ମାନେ କେମିତି କରିବେ ପର୍ଯ୍ୟଟକଙ୍କ ଅମୁଲ୍ଯ ଜୀବନ ରକ୍ଷା । ସେଥିପାଇଁ ସୋମବାର ଦିନ ପୂର୍ବାହ୍ନରେ ମକଡ୍ରିଲ କରାଯାଇଥିଲା ।

ଲାଇଫଗାର୍ଡ ମାନେ ସମୁଦ୍ର ଭିତରେ ପଶି ପର୍ଯ୍ୟଟକଙ୍କୁ ଉଦ୍ଧାର ମକଡ୍ରିଲ କରାଯାଇଥିଲା । ଡାକ ବାଜି ଯନ୍ତ୍ର ଦ୍ବାରା ଡକାଯାଇ ଲାଇଫଗାର୍ଡ ମାନଙ୍କୁ ଟ୍ରେନିଙ୍ଗ ଦିଆଯାଇଥିଲା । ଏସପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶ କ୍ରମେ ଶତାଧିକ ଲାଇଫଗାର୍ଡ ମାନଙ୍କ ସହ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ମକଡ୍ରିଲରେ ଉପସ୍ଥିତ ଥିଲେ ।

