ଭଦ୍ରକ : ବିଦ୍ୟୁତ୍ ବିଭାଗର ଏନଫୋର୍ସମେଣ୍ଟ ଟିମର କର୍ମଚାରୀଙ୍କୁ ମାଡ଼ ଘଟଣାରେ ଆକ୍ସନ । ଭଦ୍ରକ ଜିଲ୍ଲା ବନ୍ତ ଥାନା ଅଧୀନ ଚଣ୍ଡୀପୁର ଅଞ୍ଚଳରେ ବିଦ୍ୟୁତ୍ ବିଭାଗର ଏନଫୋର୍ସମେଣ୍ଟ ଟିମର କର୍ମଚାରୀଙ୍କୁ ମାଡ଼ ଘଟଣାରେ ବନ୍ତ ପୋଲିସ ସ୍ୱତନ୍ତ୍ର ଫୋର୍ସ ସହ ଗାଁ ରେ ଚଢାଉ କରିଛି । ଗାଁରେ ଚଢାଉ କରି ଅଭିଯୁକ୍ତଙ୍କ ଘରର ମିଟର, ତାର ଜବତ କରିବା ସହ ଘରେ ଲଟକା ଲଗାଇଛି। ଆଗାମୀ ସମୟରେ ଅଭିଯୁକ୍ତଙ୍କୁ ବିଦ୍ୟୁତ୍ ସଂଯୋଗ ନ ଦେବା ପାଇଁ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି ।
ସୂଚନାଥାଉକି, ହୁକ ପକାଇ ଲାଇନ୍ ଜଳାଉଥିବା ବେଳେ ବିଦ୍ୟୁତ୍ ବିଭାଗର ଏନଫୋର୍ସମେଣ୍ଟ ଟିମ ଚଢାଉ କରିଥିଲା। ହେଲେ ଏହି ସମୟରେ ଟିମକୁ ମାଡ଼ ମାରିଥିଲେ ସଂପୃକ୍ତ। ଏନେଇ ବିଦ୍ୟୁତ୍ ବିଭାଗ ତରଫରୁ ବନ୍ତ ଥାନାରେ ଏତଲା ଦିଆଯାଇଥିଲା । ଏତଲାରେ କୁହାଯାଇଛି ଅବଦୁଲ ହସିମ ପୂର୍ବରୁ ହୁକ ପକାଇ ବେଆଇନ ଭାବେ ବିଦ୍ୟୁତ୍ ସଂଯୋଗ ନେଇ ପୂର୍ବରୁ ଦୁଇ ଥର ଫାଇନ ହେବା ପରେ ବି ପୁଣି ହୁକ ପକାଇ ବିଦ୍ୟୁତ୍ ସଂଯୋଗ ନେଇଥିଲେ । ଏମିତିରେ ବିଦ୍ୟୁତ୍ ବିଭାଗର ଏନଫୋର୍ସମେଣ୍ଟ ଟିମ ଚଢାଉ କରିଥିଲା । କିନ୍ତୁ ଏହି ସମୟରେ ପରିବାର ଲୋକେ ବିଦ୍ୟୁତ୍ କର୍ମଚାରୀଙ୍କୁ ନିସ୍ତୁକ ମାଡ ମାରିଥିଲେ। ଘଟଣାକୁ ନେଇ ବନ୍ତ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା ।

