ଭୁବନେଶ୍ୱର, ୨୨ ଜୁନ୍ ୨୦୨୬:
ଯାତ୍ରୀମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି, ଭାରତୀୟ ରେଳବାଇ ବୀରାଙ୍ଗନା ଲକ୍ଷ୍ମୀବାଈ ଝାନ୍ସି–ଖୋର୍ଦ୍ଧା ରୋଡ଼–ବୀରାଙ୍ଗନା ଲକ୍ଷ୍ମୀବାଈ ଝାନ୍ସି , ଭୁବନେଶ୍ୱର–ଯଶବନ୍ତପୁର–ଭୁବନେଶ୍ୱର ଏବଂ ଚେନ୍ନାଇ ସେଣ୍ଟ୍ରାଲ–ସାନ୍ତ୍ରାଗାଛି – ଚେନ୍ନାଇ ସେଣ୍ଟ୍ରାଲ ମଧ୍ୟରେ ଚଳାଚଳ କରୁଥିବା ସାପ୍ତାହିକ ସ୍ପେଶାଲ୍ ଟ୍ରେନର ସେବା ଅବଧିକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି।
ଏହି କ୍ରମରେ, ଟ୍ରେନ୍ ନଂ ୦୧୯୨୯ ବୀରାଙ୍ଗନା ଲକ୍ଷ୍ମୀବାଈ ଝାନ୍ସି–ଖୋର୍ଦ୍ଧା ରୋଡ଼ ସାପ୍ତାହିକ ସ୍ପେଶାଲର ସେବା ୨୮ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଏବଂ ଟ୍ରେନ୍ ନଂ ୦୧୯୩୦ ଖୋର୍ଦ୍ଧା ରୋଡ଼–ବୀରାଙ୍ଗନା ଲକ୍ଷ୍ମୀବାଈ ଝାନ୍ସି ସାପ୍ତାହିକ ସ୍ପେଶାଲର ସେବା ୩୦ ଅଗଷ୍ଟ ୨୦୨৬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
ସେହିପରି, ଟ୍ରେନ୍ ନଂ ୦୨୮୧୧ ଭୁବନେଶ୍ୱର–ଯଶବନ୍ତପୁର ସାପ୍ତାହିକ ସ୍ପେଶାଲର ସେବା ୨୯ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଏବଂ ଟ୍ରେନ୍ ନଂ ୦୨୮୧୨ ଯଶବନ୍ତପୁର–ଭୁବନେଶ୍ୱର ସାପ୍ତାହିକ ସ୍ପେଶାଲର ସେବା ୩୧ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
ସେହିପରି, ଟ୍ରେନ୍ ନଂ ୦୬୦୭୭ ଚେନ୍ନାଇ ସେଣ୍ଟ୍ରାଲ–ସାନ୍ତ୍ରାଗାଛି ସାପ୍ତାହିକ ସ୍ପେଶାଲ ଟ୍ରେନର ସେବା ୦୪ ଜୁଲାଇ ୨୦୨୬ ପର୍ଯ୍ୟନ୍ତ ଏବଂ ଟ୍ରେନ୍ ନଂ ୦୬୦୭୮ ସାନ୍ତ୍ରାଗାଛି–ଚେନ୍ନାଇ ସେଣ୍ଟ୍ରାଲ ସାପ୍ତାହିକ ସ୍ପେଶାଲର ସେବା ୦୬ ଜୁଲାଇ ୨୦୨୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
ଏହି ଟ୍ରେନଗୁଡ଼ିକର ସମୟ, ରହଣି ସ୍ଥାନ ଏବଂ କୋଚ୍ ସଂଖ୍ୟାରେ କୌଣସି ପରିବର୍ତ୍ତନ କରାଯାଇନାହିଁ।
ଯାତ୍ରୀମାନଙ୍କୁ ଏହି ପରିବର୍ତ୍ତିତ ସମୟସୂଚୀକୁ ନୋଟ୍ କରି ସେହି ଅନୁଯାୟୀ ନିଜର ଯାତ୍ରା ଯୋଜନା କରିବାକୁ ପରାମର୍ଶ।
ଟ୍ରେନ୍ ସମ୍ବନ୍ଧୀୟ ଅଦ୍ୟତନ ସୂଚନା ପାଇଁ, ଯାତ୍ରୀମାନେ ଯାତ୍ରା ଆରମ୍ଭ କରିବା ପୂର୍ବରୁ ‘ନ୍ୟାସନାଲ ଟ୍ରେନ୍ ଏନକ୍ୱାରୀ ସିଷ୍ଟମ୍’ (NTES) କିମ୍ବା ଅଫିସିଆଲ୍ ରେଳ ଅନୁସନ୍ଧାନ ସେବାର ସହାୟତା ନେଇପାରିବେ।

