ମହାକାଳପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ତିଖିରି ପଞ୍ଚାୟତର ଭାଇରଲ ସରପଞ୍ଚ ଚାମେଲୀ ଓଝା ମହାକାଳପଡ଼ା ପୋଲିସ ଦ୍ୱାରା ଅଟକ l ଆଜି ଅପରାହ୍ନ ରେ ନିଜ ଭାଇଙ୍କ ସହିତ ଚମେଲୀ ମହାକାଳପଡ଼ା ବ୍ଲକକୁ ନିଜ ପଞ୍ଚାୟତର କିଛି ସମସ୍ୟା ନେଇ ବ୍ଲକ ଆସିଥିବା ବେଳେ ବିଡ଼ିଓଙ୍କ ସହିତ ଯୁକ୍ତିତର୍କ ସହ ଦୃବେବହାର କରିବାସହ ନିଜ ମୋବାଇଲରେ ତାଙ୍କ ଭାଇ ସେହି ସମୟର ଭିଡିଓ ଉତୋଳନ କରିଥିଲେ l ଯାହାକୁ ବିଡ଼ିଓ ବାରଣ କରିବା ସହ ପୋଲିସ କୁ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗ ଆଧାରରେ ପୋଲିସ ପହଞ୍ଚି ସରପଞ୍ଚ ଚାମେଲୀ ଓଝା ଓ ତାଙ୍କ ଭାଇ ସୂର୍ଯ୍ୟକାନ୍ତ ଓଝାଙ୍କୁ ଥାନାକୁ ଆଣିବା ସମୟରେ ପୋଲିସକୁ ବିରୋଧ କରିବା ସହ ସେହି ସମୟରେ ଲାଇଭ ଭିଡିଓ କରି ଥିଲେ ଚାମେଲୀ l
ପରେ ପୋଲିସ ଥାନାକୁ ଆଣିବା ପରେ ଚେମେଲୀଙ୍କ ସ୍ୱାସ୍ଥ୍ୟ ବିଗିଡି ଯାଇଥିଲା l ମହାକାଳପଡ଼ା ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଙ୍କର ଚିକିତ୍ସା କରିବା ସହ ଜିଲ୍ଲା ମୁଖ୍ୟ ଚିକତ୍ସାଲୟକୁ ପଠାଇଛି ପୋଲିସ l ଚେମେଲୀଙ୍କ ବାପା ଅଭିଯୋଗ କରିଛନ୍ତି ଯେ ପୋଲିସ ମାଡ଼ରେ ଗୁରୁତର ହେଇଯାଇଛି ମୋ ଝିଅ l ଏ ନେଇ ପୋଲିସ ର କୌଣସି ପ୍ରତିକ୍ରିୟା ମିଳିପାରିନଥିବା ବେଳେ ବିଡ଼ିଓଙ୍କ ଅଭିଯୋଗ ଅଧାରେ ତଦନ୍ତ ଜାରି ରହିଥିବା କହିଛି ମହାକାଳପଡ଼ା ପୋଲିସ

