ଭୁବନେଶ୍ୱର, ୦୪ ଜୁନ୍, ୨୦୨୬:
ଖୋର୍ଦ୍ଧା ରୋଡ୍ ଡିଭିଜନ୍ ଅଧୀନରେ ଥିବା ଧାନମଣ୍ଡଳ–କପିଳାସ ରୋଡ଼ ସେକ୍ସନରେ ପଥର ସ୍ଲାବ୍ ବ୍ରିଜ୍ ଗୁଡ଼ିକର ପୁନଃନିର୍ମାଣ କାର୍ଯ୍ୟକୁ ସହଜ କରିବା ପାଇଁ, ପୂର୍ବତଟ ରେଳପଥ ଦ୍ୱାରା ଜୁନ୍ ଏବଂ ଜୁଲାଇ ୨୦୨୬ ମାସ ମଧ୍ୟରେ ରେଳ ସୁରକ୍ଷା ବୃଦ୍ଧି ଏବଂ ରେଳ ପରିଚାଳନାରେ ଉନ୍ନତି ଆଣିବା ନିମନ୍ତେ ଆବଶ୍ୟକୀୟ ମରାମତି କାର୍ଯ୍ୟ କରାଯିବ।
ଫଳସ୍ୱରୂପ, ନିମ୍ନଲିଖିତ ମେମୁ ଟ୍ରେନ୍ ସେବାଗୁଡ଼ିକ ନିର୍ଦ୍ଦିଷ୍ଟ ତାରିଖରେ ବାତିଲ୍ ରହିବ:
• ଟ୍ରେନ୍ ନଂ ୬୮୪୨୪/୬୮୪୨୩ କଟକ–ଭଦ୍ରକ–କଟକ ମେମୁ ଜୁନ୍ ମାସର ୦୫, ୧୨, ୧୯, ୨୬ ତାରିଖରେ ଏବଂ ଜୁଲାଇ ୦୩ ତାରିଖରେ ବାତିଲ୍ ରହିବ।
• ଟ୍ରେନ୍ ନଂ ୬୮୪୩୮/୬୮୪୩୭ କଟକ–ଭଦ୍ରକ–କଟକ ମେମୁ ଜୁନ୍ ମାସର ୦୫, ୧୨, ୧୯, ୨୬ ତାରିଖରେ ଏବଂ ଜୁଲାଇ ୦୩ ତାରିଖରେ ବାତିଲ୍ ରହିବ।
ଯାତ୍ରୀମାନଙ୍କୁ ଉପରୋକ୍ତ ପରିବର୍ତ୍ତନ ଗୁଡ଼ିକ ସମ୍ପର୍କରେ ଅବଗତ ହେବାକୁ ଏବଂ ସେହି ଅନୁଯାୟୀ ସେମାନଙ୍କ ଯାତ୍ରା ଯୋଜନା କରିବାକୁ ପରାମର୍ଶ। ଟ୍ରେନ୍ ସମ୍ବନ୍ଧୀୟ ଅଦ୍ୟତନ ସୂଚନା ପାଇଁ, ଯାତ୍ରୀମାନେ ଯାତ୍ରା ଆରମ୍ଭ କରିବା ପୂର୍ବରୁ ‘ନ୍ୟାସନାଲ୍ ଟ୍ରେନ୍ ଏନକ୍ୱାରୀ ସିଷ୍ଟମ୍’ (NTES) କିମ୍ବା ସରକାରୀ ରେଳ ଅନୁସନ୍ଧାନ ପ୍ରଣାଳୀର ସହାୟତା ନେଇପାରିବେ।

