ଆଜି ମାନ୍ୟବର ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ବାଲିଆପାଳ ଅଞ୍ଚଳର ଦେଉଳା ଓ ମଧୁପୁରା ପହଞ୍ଚି ମାଟି ଓ ବାଲି ମାଫିଆଙ୍କ ଦ୍ୱାରା ଲକ୍ଷ ଲକ୍ଷ ଟ୍ରିପ୍ ମାଟି ଏବଂ ବାଲି ବେଆଇନ ଭାବେ ଉତ୍ତୋଳନ ଓ ଚାଲାଣ ହେଉଥିବା ଖବର ପାଇ, ଆଜି ତହସିଲଦାର, ପୋଲିସ ଏବଂ ଖଣି ବିଭାଗର ଅଧିକାରୀମାନଙ୍କୁ ସାଥିରେ ନେଇ ଘଟଣାସ୍ଥଳ ପରିଦର୍ଶନ କରିଥିଲେ ।
ତଦନ୍ତ ସମୟରେ ଏକ ସର୍ଟକଟ୍ ରାସ୍ତା ଦେଇ ବାଉଁଶ ମାଧ୍ୟମରେ ପହଞ୍ଚି ବେଆଇନ ଭାବେ ମାଟି ଉତ୍ତୋଳନ ଚାଲିଥିବା ସ୍ଥାନକୁ ଯାଇଥିଲେ । ସେଠାରେ ଉତ୍ତୋଳନ କାର୍ଯ୍ୟରେ ନିୟୋଜିତ ଏକ ଜେସିବି (JCB) ମେସିନ୍କୁ ଜବତ (Seize) କରାଇଥିଲେ । ଏଭଳି ବେଆଇନ ଭାବରେ ଲକ୍ଷ ଲକ୍ଷ ଟ୍ରିପ୍ ମାଟି ଏବଂ ବାଲି ଚୋରି ହେଉଛି l ଦୁଃଖର ବିଷୟ ଯେ ମୁଁ ସ୍ପୋର୍ଟ ରେ secret operation କରି ଧରି ପାରୁଥିବା ବେଳେ Mining, police, Tahasildar କିପରି ଜାଣିପାରୁ ନାହାନ୍ତି l ଏହା ପ୍ରଶ୍ନ ବାଚି ବୋଲି ସାଂସଦ ଜିଲ୍ଲାପାଳ ଓ SP ଙ୍କୁ ପଚାରିଛନ୍ତି ? ଏପରି କାର୍ଯ୍ୟ ବିରୋଧରେ ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦେଶ ଦେଇଛନ୍ତି ।

