ପାରାଦ୍ଵୀପ: ପାରାଦ୍ଵୀପ ମ୍ୟୁନିସିପାଲଟି ଅଧ୍ୟକ୍ଷ ବସନ୍ତ ବିଶ୍ବାଳଙ୍କ ଘର ଉପରେ ବୋମା ମାଡ଼ । ପେଟ୍ରୋଲ ବୋମା ଫିଙ୍ଗିଛନ୍ତି ଦୁର୍ବୃତ୍ତ । ସନ୍ଧ୍ୟାରେ ଏକ ମୋଟରସାଇକେଲରେ ୩ ଜଣ ଯୁବକ ଆସି ବୋମାମାଡ଼ କରି ଫେରାର ହୋଇ ଯାଇଥିଲେ । ବସନ୍ତ ବିଶ୍ବାଳଙ୍କ ଘର ଉପରକୁ ୩ଟି ପେଟ୍ରୋଲ ବୋମା ଫିଙ୍ଗି ଫେରାର ହୋଇଯାଇଥିଲେ । ଘଟଣାସ୍ଥଳରେ ଦୁଇଟି ବୋମା ବିସ୍ଫୋରଣ ହୋଇଥିବା ବେଳେ ଗୋଟିଏ ଫୁଟି ନଥିଲା । ବୋମା କିଏ ଫିଙ୍ଗିଲା ଏବଂ ଏହା ପଛରେ କି ଉଦ୍ଦେଶ୍ୟ ଥିଲା ତାହା ସ୍ପଷ୍ଟ ହୋଇନି । ବୋମାମାଡ ସମୟରେ ଅଧ୍ୟକ୍ଷ ବସନ୍ତ ବିଶ୍ବାଳ ଘରେ ନଥିଲେ। ଘଟଣାସ୍ଥଳରେ ପାରାଦ୍ଵୀପ ଆଦର୍ଶ ଥାନା ଆଇଆଇସି ପହଞ୍ଚି ତଦନ୍ତ କରୁଛନ୍ତି ।
ସୂଚନାଯୋଗ୍ୟ, ଗତକିଛି ଦିନତଳେ, ଡେଲାଙ୍ଗରେ ବେଆଇନ ପଥର ଖଣି ବିବାଦ ଦେଖାଦେଇଥିଲା । ଗୁଳି ଫୁଟିବା ସହ ବୋମା ମାଡ଼ରେ ୩ ଜଣ ଆହତ ହୋଇଥିଲେ । ପିପିଲି ଡେଲାଙ୍ଗ ଥାନା ହରିପୁର କଲେଜ ନିକଟ ଏକ ଫାର୍ମ ହାଉସ ଆଗରେ ବୋମାମାଡ଼ ସହ ଗାଡି ଭଙ୍ଗାରୁଜା ହୋଇଥିଲା । ବିଳମ୍ବିତ ରାତିରେ ଏପରି ଘଟିଥିଲା ଘଟଣା । ବୋମାମାଡ଼ରେ ୩ ଜଣ ଆହତ ମଧ୍ୟ ହୋଇଥିଲେ ।

