କୋଲକାତା: ପଶ୍ଚିମବଙ୍ଗର ବାଦୁଡ଼ିଆ ପୌରପାଳିକାର ଅଧ୍ୟକ୍ଷ ତଥା ଟିଏମସି (ତୃଣମୂଳ କଂଗ୍ରେସ) ନେତା ଦୀପଙ୍କର ଭଟ୍ଟାଚାର୍ଯ୍ୟଙ୍କ ଝୋଟ କ୍ଷେତ ତଳୁ ପୋଲିସ କୋଟି କୋଟି ଟଙ୍କାର ବ୍ୟାଗ୍ ଜବତ କରିଛି। ବର୍ତ୍ତମାନ ସୁଦ୍ଧା ୨.୨୪ କୋଟିରୁ ଅଧିକ ଟଙ୍କା ଗଣାସରିଥିବା ବେଳେ ଏହି ପରିମାଣ ୩ କୋଟି ଛୁଇଁପାରେ ବୋଲି ଆଶଙ୍କା କରାଯାଉଛି। ନିକଟରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପିଠାରୁ ଶୋଚନୀୟ ଭାବେ ପରାଜିତ ହେବା ପରେ ଟିଏମସି ଏବେ ସବୁଠାରୁ ବଡ଼ ସାଂଗଠନିକ ସଙ୍କଟ ଦେଇ ଗତି କରୁଛି।

