ନୂଆଦିଲ୍ଲୀ: ଗତ କିଛି ମାସରେ ରୁପା ଦରରେ ଅହେତୁକ ବୃଦ୍ଧି ଘଟିଛି। ସେଥିପାଇଁ ରୁପାରେ ନିବେଶ ବୃଦ୍ଧି ପାଇଛି। ତାହାର ସୁଯୋଗ ନେଇ କିଛି ଅସାଧୁ ବ୍ୟବସାୟୀ ନକଲି ରୁପା କଏନ ଓ ବାର୍ ବିକ୍ରି କରୁଛନ୍ତି। ଏହାକୁ ନେଇ ଅଳଙ୍କାର ଶିଳ୍ପ ଚିନ୍ତା ପ୍ରକଟ କରିଛି। ରୁପା ଜିନିଷର ବାଧ୍ୟତାମୂଳକ ହଲମାର୍କିଂକୁ କଡ଼ାକଡ଼ି କରିବାକୁ ଭାରତୀୟ ମାନକ ବ୍ୟୁରୋ (ବିଆଇଏସ୍)କୁ କୁହାଯାଇଛି। ରୁପା ବିଶୋଧନ କରୁଥିବା ସଂସ୍ଥାଗୁଡ଼ିକ ପାଇଁ ଲାଇସେନ୍ସ ବ୍ୟବସ୍ଥାକୁ ଆହୁରି ଦୃଢ଼ କରିବାକୁ ଦାବି କରାଯାଇଛି।୨୦୨୫ ସେପ୍ଟେମ୍ବରରୁ ରୁପାର ହଲମାର୍କିଂ ବାଧ୍ୟତାମୂଳକ କରାଯାଇଛି। କିନ୍ତୁ ସେହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯାଉନାହିଁ। ବହୁ ଅଳଙ୍କାର ବିକ୍ରେତା ସେଭଳି ରୁପା ବିକ୍ରି କରୁନାହାନ୍ତି।

