କୁଚିଣ୍ଡା: କୁଚିଣ୍ଡାରେ ଘଟିଛି ଅଘଟଣ । ହଠାତ୍ ଆସିଥିଲା ଝଡ଼ ତୋଫାନ । ୧୧ କେଭି ବିଦ୍ୟୁତ ଲାଇନରୁ ଅଳ୍ପକେ ବର୍ତ୍ତିଲେ ୫ ପରିବାର । ଝଡ଼ ତୋଫାନରେ ବିଶାଳ ଶାଳ ଗଛ ଉପୁଡ଼ି ୧୧ କେଭି ବିଦ୍ୟୁତ ତାର ଉପରେ ପଡ଼ିଥିଲା । ଏହା ପରେ ତିନିଟି ବିଜୁଳି ଖୁଣ୍ଟ ଭାଙ୍ଗିଯାଇଥିଲା । କିନ୍ତୁ ସେତେବେଳେ ବିଦ୍ୟୁତ ସରବରାହ ବନ୍ଦ ଥିବାରୁ ଅଳ୍ପକେ ବର୍ତ୍ତିଲେ ପାଞ୍ଚ ପରିବାରର ସଦସ୍ୟ । କୁଚିଣ୍ଡା ଉପଖଣ୍ଡ ଅର୍ଜୁନଡ଼ିହି ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି । ବର୍ଷକ ତଳେ ୧୧ କେଭି ବିଦ୍ୟୁତ ତାର ବିପଦ ସଂକୁଳ ଭାବେ ରହିଥିବା ନେଇ କଳିଙ୍ଗ ଟିଭିରେ ଖବର ପ୍ରସାରଣ ହୋଇଥିଲା । ଏହା ପରେ ବିଦ୍ୟୁତ ଖୁଣ୍ଟକୁ ସାମାନ୍ୟ ଉଚ୍ଚା କରିଥିଲା ବିଜୁଳି ବିଭାଗ । କିନ୍ତୁ ଏବେ ବିଜୁଳି ଖୁଣ୍ଟି ଭାଙ୍ଗି ଘର ଉପରେ ତାର ପଡ଼ିବା ଘଟଣା ସମସ୍ତଙ୍କୁ ଭୟଭୀତ କରିଛି ।

