ତିହିଡି – ଭଦ୍ରକ ଜିଲ୍ଲା ତିହିଡି଼ ଡିଗ୍ରୀ ମହାବିଦ୍ୟାଳୟ ଅର୍ଥନୀତି ବିଭାଗର ଅଧ୍ୟାପକ ବିରଞ୍ଚି ନାରାୟଣ ମହାନ୍ତିଙ୍କର ଶନିବାର ଅପରାହ୍ନରେ ଛାତରୁ ପଡି ପରଲୋକ ହୋଇ ଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୦ ବର୍ଷ ହୋଇଥିଲା। ସ୍ବର୍ଗତ ମହାନ୍ତି ଭଦ୍ରକ କୁଆଁସରେ ରହୁଥିଲେ। ଗତକାଲି ତିନି ମହଲା ଛାତରେ କାମ କରୁଥିବା ବେଳେ ତଳକୁ ଖସି ପଡିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଭଦ୍ରକ ଡାକ୍ତର ଖାନା ନିଆ ଯାଇଥିଲା । ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ ଡାକ୍ତର ଖାନା ସ୍ଥାନାନ୍ତର କରା ଯାଇଥିଲା। କଟକ ଯିବା ବାଟରେ ଚଣ୍ଡିଖୋଲ ନିକଟରେ ତାଙ୍କର ପରଲୋକ ହୋଇଥିଲା। ସେ ତିହିଡି଼ ଡିଗ୍ରୀ ମହାବିଦ୍ୟାଳୟରେ ୨୦୦୫ ମସିହାରେ ଅର୍ଥନୀତି ବିଭାଗରେ ଯୋଗ ଦେଇଥିଲେ। ସେ ଜଣେ ଶାନ୍ତ, ସରଳ, କର୍ତ୍ତବ୍ୟନିଷ୍ଠ, ଛାତ୍ର ବତ୍ସଳ, ଅମାୟିକ, ଧର୍ମ ପରାୟଣ ଅଧ୍ୟାପକ ଭାବେ ମହାବିଦ୍ୟାଳୟର ସତନ୍ତ୍ର ପରିଚୟ ସୁଷ୍ଟି କରି ପାରିଥିଲେ। ତାଙ୍କ ଆକସ୍ମିକ ମୃତ୍ୟୁରେ ଭଦ୍ରକ ତଥା ତିହିଡିରେ ଶୋକର ଛାୟା ଖେଳି ଯାଇଛି। ତାଙ୍କ ମୃତ୍ୟୁ ଖବର ପାଇ ଅଧ୍ୟକ୍ଷ ରମେଶ ଚନ୍ଦ୍ର ପ୍ରତାପ, ପୂର୍ବତନ ଅଧ୍ୟକ୍ଷ ଦେବେନ୍ଦ୍ର ସାମଲ,ଅଧ୍ୟାପକ ଡ଼ .ବଂଶୀଧର ବେହେରା କଟକ ଡାକ୍ତରଖାନାରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଅଧ୍ୟାପକ କମଳାକାନ୍ତ ଓଝା, ଅଶୋକ ଗୋଛାୟତ, ନାରାୟଣ ପୃଷ୍ଟି, ଜୀବନାନନ୍ଦ ପାଣିଗ୍ରାହୀ, ଦେବେନ୍ଦ୍ର ଉଦ୍ଗାତା, ରବିନାରାୟଣ କରଣ, ଲକ୍ଷ୍ମୀକାନ୍ତ ବ୍ରହ୍ମ, ହରିହର ନାୟକ, ସଂଘମିତ୍ରା ବେହେରା, ଡ଼ ପ୍ରଣତି ପଣ୍ଡା, କ୍ରୀଡା ଶିକ୍ଷକ ବିଦ୍ୟାଧର ଭୋଇ, ମୁଖ୍ୟ କିରାଣୀ ସୁକାନ୍ତ ମହାପାତ୍ର, ଅଣାକାର ପାତ୍ର, ଅଧ୍ୟାପିକା ସ୍ୱପ୍ନା ବାସବ ଦତ୍ତା ସମେତ ଅଧ୍ୟାପକ, ଅଧ୍ୟାପିକା, ଶିକ୍ଷା କର୍ମଚାରୀ ଓ ଛାତ୍ର ଛାତ୍ରୀ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଥିଲେ। ଶେଷରେ ତାଙ୍କ ମରଶରୀରକୁ ନେଇ ପୁରୀ ସ୍ୱର୍ଗଦ୍ଵାରକୁ ନିଆଯାଇ ଶେଷକୃତ୍ୟ ସମ୍ପନ୍ନ କରା ଯାଇଥିଲା। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ।

