ତିହିଡି, ୨୪.୦୮: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ବାରସର ପଞ୍ଚାୟତର ବନ୍ୟା ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ବାଣ୍ଟିଲେ ସମାଜସେବୀ ତଥା ବିଜେପି ନେତା ଅଜୟ ମଳିକ । କେବଳ ସେତିକି ନୁହେଁ ବନ୍ୟା ବିପନ୍ନମାନଙ୍କ ମଧ୍ୟରେ ଦିବ୍ୟାଙ୍ଗ ଓ ବିଧବାମାନଙ୍କୁ ବସ୍ତ୍ର ମଧ୍ୟ ପ୍ରଦାନ କରିଛନ୍ତି । ଦୁଇଦିନ ମଧ୍ୟରେ ଏଗାର ଶହ ପରିବାରଙ୍କୁ ଶ୍ରୀ ମଳିକ ଏପରି ସହାୟତା ପ୍ରଦାନ କରିଥିବା ଜଣାଯାଇଛି । ଏତତ୍ବ୍ୟତିତ ଦିବ୍ୟାଙ୍ଗ ଓ ବିଧବା ବିପନ୍ନଙ୍କୁ ବସ୍ତ୍ର ମଧ୍ୟ ବଣ୍ଟନ କରିଥିବା ଜଣା ଯାଇଛି ।

ଶ୍ରୀ ମଳିକ ପଂଚାୟତରେ ଶନିବାର ଠାରୁ ଆରମ୍ଭ କରି ସୋମବାର ସୁଦ୍ଧା ପ୍ରାୟ ଏଗାର ଶହ ପରିବାରଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରି ସାରିଛନ୍ତି ଏବଂ ପଞ୍ଚାୟତ ସମସ୍ତ ୨୨ଟି ୱାର୍ଡରେ ଦୁଇ ହଜାରରୁ ଅଧିକ ପରିବାରକୁ ଏପରି ସହାୟତା ପ୍ରଦାନ କରିବେ ବୋଲି ସୂଚନା ଦେଇଛନ୍ତି । ଗାଁ ଗଣ୍ଡାରେ ବନ୍ୟା ଜଳ ଲହଡି ମାରୁଥିବା ବେଳେ ଟ୍ରାକ୍ଟର ଯୋଗେ ସହଯୋଗୀମାନଙ୍କୁ ନେଇ ତଳଦପା, ଚକରାସାହି, ସାପକାତିଆ, ନୂଆବନ୍ଧ ଓ ମୁଟୁରିଗଡ ଆଦି ଗ୍ରାମର ବିପନ୍ନଙ୍କ ନିକଟରେ ପହଂଚି ସେମାନଙ୍କ ଦୁଃଖ ବୁଝିବା ସହ ଶୁଖିଲା ଖାଦ୍ୟ ଓ ବସ୍ର ବଣ୍ଟନ କରିଛନ୍ତି । ଶ୍ରୀ ମଳିକଙ୍କ ଘର ସେହି ପଞ୍ଚାୟତରେ ହୋଇଥିବାରୁ ସେ ବିପନ୍ନଙ୍କ ଦୁଃଖ ଦେଖି ସହାୟତାର ହାତ ବଢାଇବାକୁ ଆଗ୍ରହ ପ୍ରକାଶ କରିଥିଲେ । ତାଙ୍କର ଏପରି ସମାଜସେବା କାର୍ଯ୍ୟକୁ ପଂଚାୟତବାସୀ ପ୍ରସଂଶା କରିଛନ୍ତି । ସମାଜସେବୀ କୁମାର ଗଙ୍ଗାଧର, ବାସୁଦେବ ମଲିକ, ପରୀକ୍ଷିତ ବାରିକ, ଅଶୋକ ସାହୁ, ଦେବାଶିଷ ଭାରତୀ, ପ୍ରଭାତ ନାୟକ, ଗଣେଷ ଜେନା ଓ ପଞ୍ଚାନନ ମହାଳିକ ପ୍ରମୁଖ ବଣ୍ଟନ କାର୍ଯ୍ୟରେ ସହଯୋଗ କରିଥିଲେ । ବିପନ୍ନମାନେ ମୁଣ୍ଡ ଗୁଞ୍ଜିବାକୁ ପ୍ରଶାସନ ଠାରୁ କିପରି ପଲିଥିନ ପାଇବେ ସେନେଇ ଦାବି ରଖିବା ସହ ଆଲୋଚନା କରିଥିବା ଜଣାଯାଇଛି ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

