ଆଜି ପୂର୍ବାହ୍ନ ୧୧ଘଟିକା ସମୟରେ କୃଷକମୋର୍ଚ୍ଚା ଜିଲ୍ଲା ସଭାପତି ଏକ ପ୍ରେସ ବିବୃତିରେ ତାଙ୍କର ପୂର୍ଣ୍ଣାଙ୍ଗ ଟିମ୍ ଘୋଷୋଣା କରିଛିନ୍ତି। ଜିଲ୍ଲା ବିଜେପି ସଭାପତି ଈଶ୍ୱର ଚନ୍ଦ୍ର ବେହେରାଙ୍କ ଉପସ୍ଥିତିରେ ଜିଲ୍ଲା କୃଷକମୋର୍ଚ୍ଚା ସଭାପତି ତାପସ କୁମାର ମହାନ୍ତି ୬ଜଣ ଉପସଭାପତି ୨ଜଣ ସାଧାରଣ ସମ୍ପାଦକ ୬ଜଣ ସମ୍ପାଦକ ଜଣେ କୋଷାଧକ୍ଷ ୧୫ ଜଣ କାର୍ଯ୍ୟକାରୀଣି ସଦସ୍ୟ ଓ ୩୩ ଜଣ ମଣ୍ଡଳ ସଭାପତିଙ୍କ ସମେତ ୬ଜଣ ପ୍ରକୋଷ୍ଠ ସଂଯୋଜକ ଯଥା ଗଣମାଧ୍ୟମ,ସାମାଜିକ ଗଣ ମାଧ୍ୟମ, ଆଇଟି ସେଲ୍ ର ସଂଯୋଜକ ଓ ସହ ସଂଯୋଜକ ଙ୍କ ନାମ ଘୋଷୋଣା କରିଛନ୍ତି। ଏହି ପ୍ରେସ ବିବୃତିରେ କୃଷକମୋର୍ଚ୍ଚା ସଭାପତି ଶ୍ରୀଯୁକ୍ତ ମହାନ୍ତି ରାଜ୍ୟ ସଭାପତି ମନମୋହନ ସାମଲ, ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଶୁଭ୍ରାଂଶୁ ଶେଖର ପାଢୀ, ଜିଲ୍ଲା ବିଜେପି ସଭାପତି ଈଶ୍ୱର ଚନ୍ଦ୍ର ବେହେରା, ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ସମେତ ସମସ୍ତ ବିଧାୟକ ଓ ବିଧାୟକ ପ୍ରାର୍ଥୀଙ୍କୁ ଟିମ୍ ଗଠନ କରିବାରେ ସହଯୋଗ ଓ ସହମତି ପାଇଁ ଧନ୍ୟବାଦ୍ ଅର୍ପଣ କରିଥିଲେ। ଆଗାମୀ ଦିନରେ କୃଷକ ମୋର୍ଚ୍ଚାର ଆଭିମୁଖ୍ୟ ବିଷୟରେ ସେ କହିଥିଲେ। ତତ୍ସହିତ ଜିଲ୍ଲା ବିଜେପି ସଭାପତି ଈଶ୍ୱର ଚନ୍ଦ୍ର ବେହେରା ଆଗାମୀ ୧୯ ଓ ୨୦ ତାରିଖରେ ହେବାକୁ ଥିବା ଜିଲ୍ଲା ସ୍ତରୀୟ ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ ପ୍ରଶିକ୍ଷିଣ ଶିବିର ବିଷୟରେ ସମସ୍ତ ଗଣମାଧ୍ୟମ ବନ୍ଧୁ ମାନଙ୍କୁ ଆମନ୍ତ୍ରଣ କରିଥିଲେ, ଅନ୍ଯ ମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଳା କୃଷକ ମୋର୍ଚ୍ଚା ସଭାପତି ବୈରାଗୀ ଚରଣ ବେହେରା, ଜିଲ୍ଲା ଗଣ ମାଧ୍ୟମ ସଂଯୋଜକ ଶ୍ରୀନିବାସ ପ୍ରଧାନ, ସହ ସଂଯୋଜକ ରଣଜିତ୍ ପୃଷ୍ଟି, ଜିଲ୍ଲା କୃଷକ ମୋର୍ଚ୍ଚା ଗଣମାଧ୍ୟମ ସଂଯୋଜକ ମହେଶ ମଲ୍ଲିକ୍ ପ୍ରମୁଖ ମଞ୍ଚାସୀନ ଥିଲେ ।

