ଶୁକ୍ରବାର ସକାଳ ଦଶ ଘଟିକା ସମୟରେ ରେମୁଣା ବିଧାୟକ ତଥା ସରକାରୀ ଉପମୁଖ୍ୟ ସଚେତକ ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ଦାସ ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ନୂତନ ପ୍ରକଳ୍ପର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ପ୍ରଥମେ ଲବଣତୀର୍ଥ ମଣ୍ଡଳର ଇଞ୍ଚୁଡ଼ି ଠାରେ ଓଡିଶା ସରକାରଙ୍କ ଜଳ ସମ୍ପଦ ବିଭାଗ ଦ୍ୱାରା ପ୍ରଦତ୍ତ ଓଡିଶା କୋଷ୍ଟ କେନାଲ ରେଞ୍ଜ (ଭି )ର ବାମପାର୍ଶ୍ୱ ତୁଣ୍ଡରା ଛକ ଠାରୁ ଇଞ୍ଚୁଡ଼ି ପାଦଚଲା ପୋଲ ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ ପ୍ରକଳ୍ପର ଶୁଭ ଶିଳାନ୍ୟାସ କରିଥିଲେ।

ଏହା ପରେ ମଣିନାଗେଶ୍ୱର ମଣ୍ଡଳର ଗୁଡ଼ୁ ପଞ୍ଚାୟତ ଅନ୍ତର୍ଗତ ଗୁଡୁପାହି ଗ୍ରାମରେ ଓଡିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ପ୍ରଦତ୍ତ ୪ କୋଟି ୪୪ ଲକ୍ଷ ୩୪ ହଜାର ଟଙ୍କା ବ୍ୟୟ ବରାଦରେ ଗୁଡ଼ୁପାହୀ ଭୁବନ ଛକ ଠାରୁ ପାତ୍ର ସାହି ଅଙ୍ଗନବାଡି କେନ୍ଦ୍ର ପର୍ଯ୍ୟନ୍ତ ନିର୍ମିତ ହେବାକୁ ଥିବା କଂକ୍ରିଟ ରାସ୍ତାର ନବୀକରଣ କାର୍ଯ୍ୟର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ଏବଂ ଶେଷରେ ଓଡିଶା ସରକାରଙ୍କ ପାନୀୟ ଜଳ ବିଭାଗ ପକ୍ଷରୁ ସି.ଏସ୍.ଆର. ପାଣ୍ଠି ୨୦୨୫-୨୬ ଅନ୍ତର୍ଗତ ୧୦ ଲକ୍ଷ ଟଙ୍କା ବ୍ୟୟ ବରାଦରେ ନିର୍ମାଣ ହେବାକୁ ଥିବା ଗୁଡ଼ୁପାହୀ ଡାକ୍ତରଖାନାର ପାଚେରୀ ନିର୍ମାଣ କାର୍ଯ୍ୟର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ଏହି ସମସ୍ତ ପ୍ରକଳ୍ପ ନିର୍ମାଣ ଦ୍ୱାରା ସ୍ଥାନୀୟ ଅଞ୍ଚଳର ଯାତାୟତ ସୁବିଧା ସୁଦୃଢ ହେବା ସହିତ ଗ୍ରାମୀଣ ଉନ୍ନୟନକୁ ନୂତନ ଦିଗ ମିଳିବ ବୁଲି ଶ୍ରୀ ଦାସ କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସଦର ବ୍ଲକ୍ ରେମୁଣା ବିଧାୟକ ପ୍ରତିନିଧି ଲମ୍ବୋଦର ପ୍ରଧାନ, ଜିଲ୍ଲା ବିଜେପିର ସାଧାରଣ ସମ୍ପାଦକ ପାର୍ଶ୍ୟୁରାମ ପରିଡ଼ା, ମଣ୍ଡଳ ସଭାପତି ମାନସ ମହାନ୍ତି, ପ୍ରଫୁଲ୍ଲ ଦ୍ବିବେଦୀ, ପୂର୍ବତନ ମଣ୍ଡଳ ସଭାପତି ଭୋଳାନାଥ ପାତ୍ର, ବିଭୂତି ସେନାପତି, କାର୍ତ୍ତିକ ଚନ୍ଦ୍ର ଦାସ, ସିଲି ବେହେରା, ଅନାଦି ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

