ନୂଆଦିଲ୍ଲୀ : କେନ୍ଦ୍ର ସରକାର ଦେଶର ଚାଷୀଙ୍କ ପାଇଁ ବିଭିନ୍ନ ଯୋଜନା ଆରମ୍ଭ କରିଛନ୍ତି । ଯାହାର ଲାଭ ଲକ୍ଷ ଲକ୍ଷ ଚାଷୀ ଉଠାଉଛନ୍ତି । ସେହି ସବୁ ଲାଭକାରୀ ଯୋଜନା ମଧ୍ୟରୁ ପିଏମ୍ କୁସୁମ୍ ଯୋଜନା ହେଉଛି ଅନ୍ୟତମ । ଖାସ୍ କରି ଏହି ଯୋଜନା ଜଳସେଚନ ପାଇଁ ମହଙ୍ଗା ବିଦ୍ୟୁତ୍ କିମ୍ବା ଡିଜେଲ ଉପରେ ନିର୍ଭର କରୁଥିବା ଚାଷୀଙ୍କ ପାଇଁ ଡିଜାଇନ୍ କରାଯାଇଛି ।
ସୂଚନାନୁଯାୟୀ, ଚାଷ ଖର୍ଚ୍ଚ ହ୍ରାସ କରିବାକୁ ଏବଂ ଚାଷୀମାନଙ୍କୁ ଶକ୍ତି-ନିର୍ଭରଶୀଳ କରିବା ପାଇଁ ଏହି ଯୋଜନା କରାଯାଇଛି । ଏହି ଯୋଜନା ମାଧ୍ୟମରେ ଏବେ କ୍ଷେତରେ ସୂର୍ଯ୍ୟକିରଣ ଦ୍ୱାରା ପମ୍ପଗୁଡ଼ିକ ଚାଲିବ । ଯାହା ଜଳସେଚନକୁ ସହଜ କରିବ ନାହିଁ ବରଂ ଚାଷୀଙ୍କ ଉପରେ ଆର୍ଥିକ ବୋଝକୁ ମଧ୍ୟ ଯଥେଷ୍ଟ ହ୍ରାସ କରିବ । ସୋଲାର ପମ୍ପ ଦ୍ବାରା ଜଳସେଚନ ପାଇଁ ସୂର୍ଯ୍ୟକିରଣ ବ୍ୟବହାର କରିପାରିବେ । ଏହା କେବଳ ଆପରଣଙ୍କ ବିଦ୍ୟୁତ୍ ବିଲ୍ ହ୍ରାସ କରେ ନାହିଁ ବରଂ ବିଲକୁ ଜିରୋ କରିଥାଏ । ଯାହା ଦ୍ବାରା ଚାଷୀଙ୍କ ସଞ୍ଚୟକୁ ଦ୍ବିଗୁଣିତ କରେ ।
ଏଥିସହ ଏହି ପିଏମ୍ କୁସୁମ୍ ଯୋଜନା ମାଧ୍ୟମରେ ସୋଲାର ପମ୍ପ ଲଗାଇବା ଏବେ ଶସ୍ତା ଏବଂ ସହଜ କରିଛି । ଏହି ଯୋଜନାର ସବୁଠାରୁ ପ୍ରଭାବଶାଳୀ ଦିଗ ହେଉଛି ଫିଡିଙ୍ଗ ଷ୍ଟ୍ରକ୍ଚର । ମୋଟ୍ ଖର୍ଚ୍ଚର ୩୦% କେନ୍ଦ୍ର ସରକାର, ବାକି ୩୦% ସବସିଡି ରାଜ୍ୟ ସରକାର ଯୋଗାଇ ଦିଅନ୍ତି । ବାକି ୪୦% ମଧ୍ୟରୁ ୩୦% ଲୋନ୍ ବ୍ୟାଙ୍କରୁ ସହଜରେ ପାଇପାରିବେ । ଯାହାର ଅର୍ଥ ଚାଷୀମାନଙ୍କୁ ପ୍ରାରମ୍ଭରେ କେବଳ ସେମାନଙ୍କର ନିଜସ୍ୱ ପାଣ୍ଠିର ୧୦% ବିନିଯୋଗ କରିବାକୁ ପଡିବ ।
ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ ଏହି ଯୋଜନା କେବଳ ଜଳସେଚନ ସମ୍ପର୍କରେ ନୁହେଁ ବରଂ ଚାଷୀଙ୍କୁ ଶକ୍ତି ପ୍ରଦାନ କରିବ । ଫଳରେ ବିଦ୍ୟୁତ୍ ସରକାରୀ ଗ୍ରୀଡକୁ ବିକି ମାସିକ ଆୟ କରିପାରିବେ ।

