ତିହିଡି – ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଗଦି ବଜାରରେ ଜବରଦଖଲ ଉଛେଦ ସମୟରେ ଉତେଜନା ଓ ହୋହାଲ୍ଲା। ଜବରଦସ୍ତ ଦୋକାନ ଭାଙ୍ଗିବାକୁ ଉଦ୍ୟମ କରିବାରୁ ହାତରେ ପେଟ୍ରୋଲ ବୋତଲ ଧରି ଆତ୍ମହୁତି ଦେବାକୁ ଉଦ୍ୟମ କଲେ ବ୍ୟବସାୟୀ। ଘଟଣା ସ୍ଥଳରେ ତିବ୍ର ଉତେଜନା ସୃଷ୍ଟି ହେବାରୁ ପୀରହାଟ ପୋଲିସ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା।

ଅଭିଯୋଗ ମୁତାବକ, ତିହିଡି ତହସିଲ ପ୍ରଶାସନ ପକ୍ଷରୁ ପୂର୍ବରୁ ପ୍ରାୟ ୮୮ଟି ଜବର ଦଖଲ ହୋଇଥିବା ଦୋକାନକୁ ଉଛେଦ ପାଇଁ ନୋଟିସ ଜାରି ହୋଇଥିବା ବେଳେ ଆଜି ହଠାତ୍ କେବଳ ୮ଟି ଦୋକାନ ଭାଙ୍ଗିବା ପାଇଁ ପ୍ରଶାସନ ପହଞ୍ଚିବାରୁ ବ୍ୟବସାୟୀ ଓ ସ୍ଥାନୀୟ ଲୋକ ବିରୋଧ କରିଥିଲେ । ସକାଳୁ ତହସିଲ ପ୍ରଶାସନ, ପୋଲିସ ଫୋର୍ସ ଓ ଉଛେଦକାରୀ ଦଳ ଗଦି ବଜାରରେ ପହଞ୍ଚି ଉଛେଦ କାର୍ଯ୍ୟ ଆରମ୍ଭ କରିଥିଲେ। ଏହି ସମୟରେ ଦୋକାନୀମାନେ ପ୍ରଶାସନ ଉପରେ ପାତର ଅନ୍ତର ଅଭିଯୋଗ ଆଣି ଦୋକାନ ଭଙ୍ଗାଇ ଦେଇନଥିଲେ। ଏହି ଘଟଣାକୁ କେନ୍ଦ୍ର କରି ଦୀର୍ଘ ସମୟ ଧରି ଉତେଜନା ଲାଗି ରହିଥିଲା ଏମିତିକି ପୋଲିସ ସହ ଲୋକମାନଙ୍କ ଠେଲାପେଲା ସ୍ଥିତି ସୃଷ୍ଟି ହୋଇଥିଲା। ଅନ୍ୟପଟେ ତିହିଡି଼ ଅତିରିକ୍ତ ତହସିଲଦାର କହିଛନ୍ତି ଯାହାକୁ ନୋଟିସ କରା ଯାଇଛି ସମସ୍ତଙ୍କର ଭଙ୍ଗା ହେବ ବୋଲି କହିଛନ୍ତି। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ।

