ଭୁବନେଶ୍ୱର : ବାଲିଅନ୍ତାରେ ଜିଆରପି କନେଷ୍ଟବଳ ସୌମ୍ୟରଞ୍ଜନ ହତ୍ୟାର ନୂଆ ଭିଡିଓ ପ୍ରମାଣ । କ୍ରାଇମବ୍ରାଞ୍ଚ ହାତରେ ଲାଗିଲା ଭିଡିଓ । ଆରମ୍ଭରୁ ଶେଷ ଯାଏ ରହିଛି ପୁରା ଘଟଣା । ଭିଡିଓ ଆଧାରରେ ଅଭିଯୁକ୍ତ ଚିହ୍ନଟ କରାଯାଇଛି । ପୋଲିସ ପହଞ୍ଚିବା ପୁର୍ବରୁ କିଭଳି ଥିଲା ଗଣ୍ଡଗୋଳ ? ସୌମ୍ୟଙ୍କୁ ଆକ୍ରମଣ ସମୟର ଭିଡିଓରେ ରହିଛନ୍ତି ସାଙ୍ଗ ଓମପ୍ରକାଶ । ସବୁ କିଛି ତଥ୍ୟ ଭିଡିଓରେ ରହିଛି । ସୌମ୍ୟଙ୍କୁ ଆକ୍ରମଣ ପାଇଁ କିଏ ଉସୁକାଉଥିଲେ ? କେଉଁ ମାନେ ଆକ୍ରମଣ କରିଥିଲେ ? ଭିଡିଓରେ ଏକାଧିକ ଲୋକ ରହିଥିଲେ ମଧ୍ୟ ମାତ୍ର ଏପର୍ଯ୍ୟନ୍ତ ୧୨ଜଣ ଗିରଫ ହୋଇଛନ୍ତି । ଭିଡିଓରେ ଅନ୍ୟ ମାନଙ୍କୁ ଚିହ୍ନଟ କରୁଛି କ୍ରାଇମବ୍ରାଞ୍ଚ ଟିମ୍ । ସେପଟେ ପୁର୍ବତନ ବାଲିଅନ୍ତା ଥାନାଧିକାରୀଙ୍କୁ ଜେରା କରାଯାଉଛି । ଏହାସହ ୫ଜଣ ପୋଲିସ କର୍ମଚାରୀଙ୍କୁ ନେଇ ଚାଲିଛି ମାରାଥନ ଜେରା ।

