ବାଲେଶ୍ବରରେ ନିର୍ମିତ ହେବ ଅତ୍ୟାଧୁନିକ ASRF (Atmospheric Space Research Facility)। ଏନେଇ ସର୍କିଟ ହାଉସଠାରେ ବାଲେଶ୍ଵର ଲୋକସଭା ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଭାରତ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନସ୍ଥ ଡିଆରଡିଓ ଦ୍ୱାରା ବିନା ପ୍ରିମିୟମରେ ଅନୁମୋଦନ ହୋଇଛି ଜମି ।ବାଲେଶ୍ୱର ଚାନ୍ଦିପୁର ସ୍ଥିତ ଡିଆରଡିଓ ଅଧୀନରେ ଥିବା ପ୍ରାୟ ୧୯.୨୫ ଏକର ପ୍ରତିରକ୍ଷା ଜମିକୁ ଇସ୍ରୋକୁ ଲିଜ୍ରେ ପ୍ରଦାନ କରାଯାଇଛି। ଏଥିପାଇଁ ବାର୍ଷିକ ମାତ୍ର ୧ ଟଙ୍କା ନାମମାତ୍ର ଲିଜ୍ ଭଡ଼ା ଧାର୍ଯ୍ୟ କରାଯାଇଛି। ଏହି ଲିଜ୍ ପ୍ରାରମ୍ଭିକ ୩୦ ବର୍ଷ ପାଇଁ ଏବଂ ପରେ ୩୦ ବର୍ଷ ଲେଖାଏଁ ଦୁଇଥର ସମୁଦାୟ ୯୦ ବର୍ଷ ବୃଦ୍ଧି କରାଯାଇପାରିବ।ପ୍ରମାଣଭିତ୍ତିକ ଗବେଷଣା ତଥ୍ୟ ସଂଗ୍ରହ, ଜ୍ଞାନ ବିନିମୟ ଏବଂ ବୈଜ୍ଞାନିକ ସହଯୋଗକୁ ସୁଦୃଢ କରିବା ଉଦ୍ଦେଶ୍ୟରେ ଏପରି ଏକ ପଦକ୍ଷେପ ନିଶ୍ଚିତ ଭାବେ ଦେଶର ଗବେଷଣା କ୍ଷେତ୍ରକୁ ନୂଆ ଦିଗ ଦେବ।ଏହି ପ୍ରକଳ୍ପ ଉପକୂଳ ଅଞ୍ଚଳର ଜନଜୀବନ ଓ ପରିବେଶ ସୁରକ୍ଷା ସହିତ ଜଳବାୟୁ ପରିବର୍ତ୍ତନ, ମହାକାଶରେ ଉପଗ୍ରହ ସମ୍ବନ୍ଧୀୟ ଚ୍ୟାଲେଞ୍ଜକୁ ମୁକାବିଲା କରିବାରେ ବେଶ ସହାୟକ ହେବ ବୋଲି ସାଂସଦ ଶ୍ରୀ ଯୁକ୍ତ ଷଡ଼ଙ୍ଗୀ କହିଛନ୍ତି । । ଭୁବିଜ୍ଞାନ, ଡିଆରଡିଓ ଓ ଇସ୍ରୋର ମିଳିତ ସହଯୋଗରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ । ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏଭଳି ମହତ୍ୱକାଙ୍କ୍ଷୀ ପ୍ରକଳ୍ପକୁ ସମର୍ଥନ ଓ ପ୍ରୋତ୍ସାହନ ପ୍ରଦାନ କରିଥିବାରୁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର କୁମାର ସିଂହ ଙ୍କୁ ବିଶେଷ ଧନ୍ୟବାଦ ଜଣାଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ପ୍ରବକ୍ତା ଇଂ ବିଭୂପଦ୍ ଦାସ ପ୍ରାରମ୍ଭିକ ସୂଚନା ସହ ମଞ୍ଚ ସଞ୍ଚାଳନ କରିଥିଲେ । ବାଲେଶ୍ଵର ସଦର ବିଧାୟକ ମାନସ କୁମାର ଦତ୍ତ ଓ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ଉପସ୍ଥିତ ଥିଲେ ।

