ରାୟଗଡ଼ା: ପାହାଡ଼ ଘେରା ଦୁର୍ଗମ ଅଞ୍ଚଳରେ ଦୂର ହୋଇଛି ଜଳକଷ୍ଟ । ଖରା ଦିନ ଆସିଲେ ପାଣି ପାଇଁ ଡ଼ହଳ ବିକଳ ହେଉଥିବା ଲୋକଙ୍କ ପାଇଁ ସଞ୍ଜୀବନୀ ସାଜିଛି ସୌର ଶକ୍ତି । ରାୟଗଡ଼ାର ଜିଲ୍ଲାର କାଶୀପୁର ବ୍ଲକ ଓ କଳାହାଣ୍ଡିର ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକ ଭଳି ଅଞ୍ଚଳରେ ବେଦାନ୍ତ ପକ୍ଷରୁ ସୋଲାର ମାଧ୍ୟମରେ ଯୋଗାଇ ଦିଆଯାଉଛି ବିଶୁଦ୍ଧ ପାନୀୟ ଜଳ ।
ଦିନେ ଭୌଗୋଳିକ ପ୍ରତିବନ୍ଧକ ଯୋଗୁଁ ଜଳକଷ୍ଟ ଭୋଗୁଥିବା ଏହି ୭ଟି ଗାଁର ଚିତ୍ର ଏବେ ସମ୍ପୂର୍ଣ୍ଣ ବଦଳିଯାଇଛି । ବେଦାନ୍ତର ସୋଲାର ଭିତ୍ତିକ ଜଳ ପ୍ରକଳ୍ପ ଆଜି ଏଠାକାର ଶହ ଶହ ଲୋକଙ୍କ ପାଇଁ ସଞ୍ଜୀବନୀ ସାଜିଛି । ଜଳ ସମସ୍ୟାର ସ୍ଥାୟୀ ସମାଧାନ କରିଛି । ବିଶେଷ କରି ସୌର ଶକ୍ତିର ବ୍ୟବହାର ହେଉଥିବାରୁ ବିଦ୍ୟୁତ ନଥିଲେ ମଧ୍ୟ ଜଳ ଯୋଗାଣ ସୁଚାରୁରୂପେ ହୋଇପାରୁଛି । କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ ବା CSR ଅଧୀନରେ ବେଦାନ୍ତର ଏହି ପ୍ରୟାସକୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଇଛି ।

